ପାର୍ବଣ ଗାଇଡଲାଇନ ପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କଲା ପୂଜା କମିଟି

0 81

ପୁରୀ,୧୧/୯- ପୂଜା ପର୍ବାଣୀ ଆୟୋଜନ ନେଇ ରାଜ୍ୟ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ଆସିବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟି କର୍ମକର୍ତ୍ତା ଙ୍କ ସହ ଆଲୋଚନା ହୋଇଛି । ପୂଜା ସମୟରେ ପୂଜା ମଣ୍ଡପ ଚାରିପାଖ କପଡାରେ ଢାଙ୍କିବା ସହ କୌଣସି ଲାଉଡ଼ ସ୍ପିକର ନ ବଜାଇବା , ଶୋଭାଯାତ୍ରା ନ କରିବା , ଭକ୍ତଙ୍କୁ ମଣ୍ଡପ ନିକଟରେ ପୂଜା ଓ ଦର୍ଶନ ପାଇଁ ଅନୁମତି ନ ଦେବାକୁ ପୁରୀ ଉପଜିଲ୍ଲାପାଳ ପୂଜା କମିଟି କର୍ମକର୍ତ୍ତା ଙ୍କୁ ଅନୁରୋଧ କରିଛନ୍ତି । ସେହିପରି ମୂର୍ତ୍ତି ର ଉଚ୍ଚତା ୪ ଫୁଟ ରେ ସୀମିତ ରଖିବାକୁ ମଧ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିପରି ପରମ୍ପରାକୁ ଦୃଷ୍ଟି ରେ ରଖାଯାଇ ଶ୍ରୀମନ୍ଦିର ସମୁଖରେ ଗୋଶାଣୀ ଯାତ୍ରା ବେଳେ ଦେବସଭାକୁ ପ୍ରଶାସନ ଅନୁମତି ଦେଇଛି । ସେହିପରି ମୂର୍ତି ବିସର୍ଜନ ପାଇଁ ମଙ୍ଗଳା ଘାଟ ନିକଟ ରେ କୁତ୍ରିମ ପୋଖରୀ କରାଯାଇ ଥିବା ବେଳେ ଉଜ୍ୱଳ ଆଲୋକର ବ୍ୟବସ୍ଥା ହୋଇଛି । ତେବେ ରାଜ୍ୟ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ପୂଜା ସମୟରେ ପାଳନ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂଜା ମଣ୍ଡପ କର୍ମକର୍ତ୍ତା ଙ୍କୁ ଅନୁରୋଧ କରାଯାଇଛି ।

hiranchal ad1
Leave A Reply

Your email address will not be published.

5 + one =