ପୁରୀ,୨୬/୮- ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ପୁରୀ ଗସ୍ତରେ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ସେହିପରି କିଭଳି ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହୋଇପାରିବ ସେ ନେଇ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି । ଏଥିସହିତ ସେବାୟତଙ୍କ ସହ ମଧ୍ୟ ଆଲୋଚନା କରି କଣ ସବୁ ସମସ୍ୟା ରହିଛି ସେ ନେଇ ପଚାରି ବୁଝିଛନ୍ତି । ସେପଟେ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଆଜି ବୈଠକ ରହିଛି । ଶ୍ରୀମନ୍ଦିର ପରିଚଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଥିବା ହେତୁ ସୁରେଶ ମହାପାତ୍ର ଉକ୍ତ ବୈଠକରେ ଉପସ୍ଥିତ ରହିବେ ବୋଲି ଜଣାପଡିଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆଜି ବସିବ । ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି । ହେରିଟେଜ କରିଡର ସହିତ ସେବାୟତଙ୍କର କଲ୍ୟାଣ, ନୂତନ ସବକମିଟି ଗଠନ ନେଇ ବୈଠକରେ ଆଲୋଚନା ହୋଇପାରେ । ଏହାଛଡା ଗତ ରଥଯାତ୍ରାର ସମୀକ୍ଷା ମଧ୍ୟ ହେବ । ସେହିପରି ଗୁରୁକୁଳ ନିର୍ମାଣ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ହେବ । ଶ୍ରୀମନ୍ଦିର ସମ୍ପର୍କିତ ଅନେକ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି ।