ପୁରୀରେ ଅଭଡା ଯୋଜନାରେ ନିର୍ମାଣ ହେବ ଅତ୍ୟାଧୁନିକ ଧର୍ମଶାଳା

0 118

ପୁରୀ : ପୁରୀରେ ଅଭଡା ଯୋଜନାରେ ନିର୍ମାଣ ହେବ ଅତ୍ୟାଧୁନିକ ଧର୍ମଶାଳା । ରାଜ୍ୟ କ୍ୟାବିନେଟ ୧୩୫ କୋଟି ୬୦ଲକ୍ଷ ଟଙ୍କାର ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ପୁରୀ ବାସେଳିସାହି ମୌଜାର ଖଣ୍ଡିଆବନ୍ଧ ନିକଟରେ ଏହି ଧର୍ମଶାଳା ନିର୍ମାଣ ହେବ । ଜମି ଚିହ୍ନଟ ପ୍ରକ୍ରିୟା ସରିବା ପରେ ପଥର ପ୍ୟାକିଂ କରାଯାଇ ଜମିକୁ ଧର୍ମଶାଳା ନିର୍ମାଣ ପାଇଁ ପ୍ରସ୍ତୁତ କରାଯାଇଛି । ଟେଣ୍ଡର ପ୍ରକ୍ରିୟା ସରିଯାଇଛି । ପ୍ରୋଜେକ୍ଟର ଡିଜାଇନ ଦାଖଲ ହେବା ପରେ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ । ଦୁଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ବିଶେଷ କରି ଏହି ଅର୍ଥରେ ଧର୍ମଶାଳା ନିର୍ମାଣ ସହିତ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ । ସେପଟେ ସରକାରଙ୍କ ଏଭଳି ପଦକ୍ଷେପକୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସ୍ୱାଗତ କରିଥିବା ବେଳେ ଏହି ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ ସ୍ଥାନରୁ ଆସୁଥିବା ଗରିବ ଜଗନ୍ନାଥ ଭକ୍ତ କମ ମୁଲ୍ୟରେ ଏଠାରେ ରହିବାର ସୁଯୋଗ ପାଇବେ । ଅପରପକ୍ଷେ ବରିଷ୍ଠ ସେବାୟତ ସରକାରଙ୍କ ଦ୍ୱାରା ମଞ୍ଜୁର କରାଯାଇଥିବା ପ୍ରକଳ୍ପ କୁ ସ୍ୱାଗତ କରିଥିବା ବେଳେ ଭକ୍ତଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରାଯାଉ ଥିବା ଭକ୍ତ ନିବାସରେ ଭକ୍ତଙ୍କୁ ଅତି କମ ମୁଲ୍ୟ ଅର୍ଥାତ ଶହେ ଟଙ୍କାରେ ରହିବାର ସୁଯୋଗ ରାଜ୍ୟ ସରକାର ଦିଅନ୍ତୁ ବୋଲି ଦାବି କରିଥିବା ବେଳେ ପୁରୀରେ ପୂର୍ବରୁ ଭକ୍ତଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିବା ଭକ୍ତ ନିବାସରେ ଗରିବ ଭକ୍ତଙ୍କୁ ରହିବା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି ବୋଲି ଅଭିଯୋଗ କରିବା ସହିତ ସବୁ ବର୍ଗର ଭକ୍ତ ପାଇଁ ଧର୍ମଶାଳା ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

1 × two =