ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

0 80

ପୁରୀ : ୨୦୨୩ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ । ନୟାଗଡର ଦଶପଲ୍ଲା ରେଞ୍ଜରୁ ଆସିଛି ରଥକାଠ । ୩ଟି ଟ୍ରକ୍‌ରେ ପ୍ରଥମ ପର୍ଯ୍ୟାୟ ଆସିଛି ୧୦୪ ଟି ରଥ କାଠ ଆସିଛି । ୧୨ ଫୁଟିଆ ଓ ୨୦ ଫୁଟିଆ ଅସନ ଧଉରା କାଠ ଆସିଛି । ଏଥିରୁ ୩ ଟି ଧଉରା କାଠ ଆସନ୍ତା ସରସ୍ୱତୀ ପୂଜାରେ ରଥ ଖଳାରେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ହେବ । ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୭୪୭ ଖଣ୍ଡ କାଠର ଆବଶ୍ୟକ ରହିଚି । ପୂର୍ବ ବର୍ଷ ୧୧୮ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ମହଜୁଦ ରହିଚି । ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥାଏ । ତେବେ ନୟାଗଡ ଦଶପଲ୍ଲା ରେଞ୍ଜରୁ ଆଜି ତିନୋଟି ଟ୍ରକରେ ପୁରୀରେ ଆସି ପହଞ୍ଚିଛି ୧୦୪ ଖଣ୍ଡ ଧଉରା ଓ ଅସନ କାଠ । ତେବେ ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟା ତିଥି ତିନି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ରଥ ଖଳାରେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ରଥ ନିର୍ମାଣ ଆରମ୍ଭ କରିଥାନ୍ତି ବିଶ୍ୱକର୍ମା ମହାରଣା ମାନେ । ପର୍ଯ୍ୟାୟ କ୍ରମରେ ଅନ୍ୟ କାଠ ଟ୍ରକ୍‌ରେ ପୁରୀକୁ ଅଣାଯିବ । ତେବେ ୨୦୨୩ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ରଥ କାଠ ପହଞ୍ଚିବା ପରେ ଭକ୍ତ ଓ ସେବାୟତ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି । ଚଳିତ ବର୍ଷ ରଥଯାତ୍ରା ସୁରୁଖୁରୁରେ ଅନୁଷ୍ଠିତ ହେଉ ବୋଲି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ସେବାୟତ ।

hiranchal ad1
Leave A Reply

Your email address will not be published.

five × 5 =