ମନମୁଣ୍ଡା ରେଞ୍ଜରୁ ପୁରୀ ରଥ ପାଇଁ ଗଲା ୧୦୯ ଖଣ୍ଡ କାଠ

0 107

ବାଉଁଶୁଣୀ : ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଆଜି ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜରୁ ୧୦୯ ଗଣ୍ଡି ରଥ କାଠ ପ୍ରେରଣ କରାଯାଇଛି । ଡିଏଫଓ ଦେବପ୍ରିୟ କମ୍ପଙ୍କ ନେତୃତ୍ୱ ଓ ତତ୍ତ୍ୱାବଧାନରେ ମନମୁଣ୍ଡା ରେଞ୍ଜ ଅଫିସର ନାରାୟଣ ସ୍ୱାଇଁ, ଗୁନ୍ଦୁଲିଆ ସେକ୍ସନ ବନପାଳ ରାଧେଶ୍ୟାମ କମ୍ପ ଏବଂ ବନରକ୍ଷୀ ଅଶୋକ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବାଧାନରେ ଗୁନ୍ଦୁଲିଆ ସେକ୍ସନ ସୁବର୍ଣ୍ଣଗିରି ସଂରକ୍ଷିତ ଜଙ୍ଗଲ ମାଳତୀଗୋଛାପଡା ବିଟ କମ୍ପାର୍ଟମେଣ୍ଟ ୧୭ ରେ ପୁରୀ ରଥ କାଠ ପାଇଁ ପୂଜାର୍ଚ୍ଚନା କରାଯାଇ ଗଛ କଟା ଚାଲିଥିଲା । ଆଜି ଏକ ଟ୍ରଲର ନଂ. ଓ ଡି ୦୪ ପି ୨୩୩୯ ରେ ଉକ୍ତ ଜଙ୍ଗଲରୁ ୩୦ଖଣ୍ଡ ଧଉରା ଗଣ୍ଡି ଏବଂ ଏକ ଟ୍ରକରେ ୭୯ ଅସନ ଗଣ୍ଡି କାଠ ଲୋଡ଼ କରାଯାଇ ବ୍ରାହ୍ମଣ ଦ୍ୱାରା ପୂଜାର୍ଚ୍ଚନା ପୂର୍ବକ ଘଣ୍ଟ ଶଙ୍ଖ ଓ କୀର୍ତ୍ତନ୍ୟ କରି ଭକ୍ତିଭାବ ସହ ପୁରୀ ଅଭିମୁଖେ ପ୍ରେରଣ କରାଯାଇଛି । ୩୦ ଗଣ୍ଡି କାଠ ସିଧା ପୁରୀକୁ ଯିବ ଓ ୭୯ ଗଣ୍ଡି କାଠ ପୁରୀ ରଥ ନିର୍ମାଣ ପାଇଁ କଟା ଯାଇ ସାଇଜ କରିବା ସକାଶେ ଖପୁରିଆ, କଟକ କାଠ କରତ କଳ ମିଲକୁ ଯିବ ବୋଲି ରେଞ୍ଜ ଅଧିକାରୀ ନାରାୟଣ ସ୍ୱାଇଁ କହିଛନ୍ତି । ରେଞ୍ଜ ଅଧିକାରୀ ଶ୍ରୀ ସ୍ୱାଇଁ ପତାକା ଦେଖାଇ ତାହା ପ୍ରେରଣ କରିଥିଲେ । ଗୁନ୍ଦୁଲିଆ ଓ ମନମୁଣ୍ଡା ଗ୍ରାମବାସୀ ରଥ କାଠକୁ ଧୂପଦୀପ ଜାଳି ଓ ପୁଷ୍ପ ଅର୍ପଣ କରି ମୁଣ୍ଡିଆ ମାରିଥିଲେ । ରଥ କାଠ ପ୍ରେରଣରେ ରେଞ୍ଜ ଅଧିକାରୀ ନାରାୟଣ ସ୍ୱାଇଁ, ବନପାଳ ରାଧେଶ୍ୟାମ କମ୍ପ, ଗାର୍ଡ ଅଶୋକ ପ୍ରଧାନ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × one =