ବାଉଁଶରେ ଉପକରଣ ପ୍ରସ୍ତୁତକାରୀ ଉତ୍ପାଦକ ଗୋଷ୍ଠୀ ଭେଟିଲେ ଜିଲ୍ଳାପାଳଙ୍କୁ

0 67

ରାୟଗଡ/୨୩/୮: ରାୟଗଡ ଜିଲ୍ଳା ସଦର ବ୍ଳକ ଚାନ୍ଦିଲି ଗ୍ରାମ ପଂଚାୟତ ଅନ୍ତର୍ଗତ ବଡଚାନ୍ଦିଲି ଠାରେ ବାଉଁଶରେ ପ୍ରସ୍ତୁତ କରୁଥିବା ବିଭିନ୍ନ ଉପକରଣର ଉତ୍ପାଦକ ଗୋଷ୍ଠୀ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କୁ ଭେଟିଛନ୍ତି । ରାକ୍ଷୀ ପୂର୍ଣ୍ଣିମା ଅବସରରେ ଜିଲ୍ଳାପାଳ ଶ୍ରୀ ମିଶ୍ରଙ୍କୁ ଉତ୍ପାଦକ ଗୋଷ୍ଠୀ ତରଫରୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ବିଶେଷକରି ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ବାଉଁଶରେ ପ୍ରସ୍ତୁତ ରାକ୍ଷୀ ସହ ଅନ୍ୟାନ୍ୟ ଅଳଙ୍କାର,ଉପକରଣଗୁଡିକୁ ରାୟଗଡ ବଜାରରେ ବିକ୍ରି କରିବାର ସୁବ୍ୟବସ୍ଥା କରିଥିବାରୁ ଜିଲ୍ଳାପାଳ ଶ୍ରୀ ମିଶ୍ରଙ୍କୁ ଉତ୍ପାଦକ ଗୋଷ୍ଠୀ ତରଫରୁ ଧନ୍ୟବାଦ ଜଣାଯାଇଥିଲା । ବାଉଁଶରେ ପ୍ରସ୍ତୁତ ହେଉଥିବା ସମସ୍ତ ଉପକରଣଗୁଡିକ ସଂପୂର୍ଣ୍ଣ ଜୈବିକ ହେବା ସହ ଅତି ସୁନ୍ଦର ଏବଂ ଆର୍କଷିତ ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ଏବେ ଏହା ଆଦୃତ ହୋଇପାରୁଛି । ଜିଲ୍ଳାପାଳଙ୍କୁ ସାକ୍ଷାତ କରିବା ଏହି କାର୍ଯ୍ୟକ୍ରମରେ ସ୍ପର୍ଶ ସଂସ୍ଥା ତରଫରୁ ପ୍ରୋଗ୍ରାମ ଅଫିସର କାମିନି ସିଂ,ତପନ ପେଦେଣ୍ଟି, ମନିଷା ଚୈାଧୁରୀ, ରଂଜିତା ବେହେରାଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

1 + 2 =