୧୬ରେ ବର୍ଷା ସମ୍ଭାବନା

0 58

ବଭୁବନେଶ୍ୱର: ରାଜ୍ୟରେ ଗତ ୨ ଦିନ ହେଲା ଶୀତର ପ୍ରକୋପ ଲାଗି ରହିଛି । ହେଲେ ରାଜ୍ୟରେ ଆସନ୍ତା ୨ଦିନ ଭିତରେ ଶୀତର ପ୍ରକୋପ ହ୍ରାସ ପାଇବ ।  ଆସନ୍ତା ୧୬ ତାରିଖରେ ପଶ୍ଚିମ ଓଡିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମା ଝଡ ପ୍ରଭାବରେ ନୂଆପଡା, ବରଗଡ, ଝାରସୁଗୁଡା ଓ ସୁନ୍ଦରଗଡ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଆସନ୍ତା ୧୬ଓ ୧୭ ତାରିଖରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶାରେ ପାଗ ମେଘୁଆ ରହିବ । ୧୬ରେ କାଁ ଭାଁ କିଛି ସ୍ଥାନରେ ବର୍ଷା ହୋଇପାରେ । ୨୧ରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ପାଗ ମେଘୁଆ ରହିବ । ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ । ୨୧ରେ ଭୁବନେଶ୍ୱର ସମେତ ଉପକୂଳ ଓଡିଶାର ସର୍ବାଧିକ ତାପମାତ୍ରା ୩୩ରୁ ୩୪ ଡିଗ୍ରୀ ରହିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ।  

hiranchal ad1
Leave A Reply

Your email address will not be published.

sixteen + eighteen =