୨୪ରୁ ତିନିଦିନ ବର୍ଷା

0 78

ଭୁବନେଶ୍ୱର: ପଶ୍ଚିମା-ଝଡ ପ୍ରଭାବରେ ଆସନ୍ତା ୨୪ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ୨୫ ତାରିଖରୁ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି । ଏଥିସହ କେତେକ ଜିଲ୍ଲାରେ ବିଜୁଳି ଘଡଘଡି ମାରିପାରେ । ୨୫ ତାରିଖରେ ପୁଣି ପଶ୍ଚିମ-ହିମାଳୟ ଅଞ୍ଚଳରେ ସକ୍ରିୟ ହେବ ଆଉ ଏକ ପଶ୍ଚିମା ଝଡ । ଏହାର ପ୍ରଭାବରେ ୨୬ ତାରିଖରେ ଓଡିଶାରେ କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏଥିନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଏଚ୍‌.ଆର୍‌. ବିଶ୍ୱାସ କହିଛନ୍ତି, ୨୪ ତାରିଖରେ ବରଗଡ, ଝାରସୁଗୁଡା, ସମ୍ୱଲପୁର, ଦେବଗଡ, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ତେବେ ବାକି ଜିଲ୍ଲାରେ ସାଧାରଣତଃ ପାଗ ଶୁଖିଲା ରହିବ । ୨୫ ତାରିଖରେ ଉତ୍ତର ଓଡିଶାର କେତେକ ଜିଲ୍ଲାରେ କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

hiranchal ad1
Leave A Reply

Your email address will not be published.

5 × four =