ସମ୍ବଲପୁର: ସ୍ଥାନୀୟ ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ପ୍ରୟାସ ପରିବାର ପକ୍ଷରୁ ରେଢ଼ାଖୋଲ ଉପଖଣ୍ଡ ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଏକ ବିଶୋଧନ (ସାନିଟାଇଜର) ମେସିନ୍ ସ୍ଥାପନ କରାଯାଇଛି । ଯଦ୍ୱାରା ଜଣେ ହାତରେ ସ୍ପର୍ଶ ନକରି ଏହାର ବ୍ୟବହାର କରିପାରିବ । ସଂଗଠନ ସଭାପତି ରାଜେଶ୍ ଚଇନିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ. ମଦନ ମୋହନ ତ୍ରିପାଠୀ ଏସଡିଏମଓ ରେଢ଼ାଖୋଲ, ସମ୍ମାନିତ ଅତିଥି ଭାବେ ଦୀପକ କୁମାର ନନ୍ଦ ଶ୍ରୀଚରଣ ସାମଲ, ସୋମ୍ୟାଜିତ୍ ପଟ୍ଟନାୟକ, କିଶୋର ଚନ୍ଦ୍ର କର୍ଣ୍ଣ, ରାକେଶ ଦେହୁରୀ, ମାଣିକଲତା ରାଉତ, ଏବଂ ରେଢ଼ାଖୋଲ ମୁଖ୍ୟ ଚିକିତ୍ସାଳୟର କର୍ତ୍ତୃପକ୍ଷ ଉପସ୍ଥିତ ରହି ଆଗାମୀ ଦିନରେ ଗ୍ରାମୀଣ ଲୋକମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା କିପରି ଉନ୍ନତମାନର ହୋଇ ପାରିବ ସେ ନେଇ ଆଲୋଚନା କରିଥିଲେ ।