ମହାପ୍ରଭୁଙ୍କ ପାଇଁ ଚାଲିଛି ରାକ୍ଷୀ ପ୍ରସ୍ତୁତି

0 71

ପୁରୀ : ଶ୍ରୀମନ୍ଦିରରେ ପାଳିତ ହେବାକୁ ଯାଉଛି ରକ୍ଷାବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ । ଏହି ଅବସରରେ ବଡ଼ ଠାକୁର ଶ୍ରୀ ବଳଭଦ୍ର ଓ ଜଗନ୍ନାଥ ଦୁଇଭାଇଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତିରେ ଲାଗିଛନ୍ତି ପାଟରା ବିଷୋୟୀ ସେବାୟତ । ୪ ଟି ବଡ ରାକ୍ଷୀ ସହ ଗୁଆମାଳ ପ୍ରସ୍ତୁତ କରୁଛନ୍ତି ଏହି ସେବାୟତ । ରଙ୍ଗବେରଙ୍ଗ ବାସୁଙ୍ଗା ପାଟରେ ପ୍ରସ୍ତୁତ ଏହି ରାକ୍ଷୀ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରକୁ ଯିବ ।
ଆଉ ଦୁଇଦିନ ପରେ ପାଳିତ ହେବାକୁ ଯାଉଛି ରକ୍ଷା ବନ୍ଧନ ଉତ୍ସବ । ଶ୍ରୀମନ୍ଦିରରେ ମଧ୍ୟ ଏହି ଉତ୍ସବ ପାଇଁ ପ୍ରସ୍ତୁତି କରାଯାଉଛି । ଏହି ଦିନ ବଳଭଦ୍ର ଜନ୍ମ ସହ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧିବେ ଦୁଇଭାଇ ବଳଭଦ୍ର ଓ ଜଗନ୍ନାଥ ହାତରେ । ଏଥିପାଇଁ ରାକ୍ଷୀ ପ୍ରସ୍ତୁତିରେ ଲାଗିଛନ୍ତି ପାଟରା ବିଷୋୟୀ ସେବାୟତ ମାନେ । ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଯୋଗାଇ ଦିଆଯାଇଥିବା ରଙ୍ଗବେରଙ୍ଗ ବାସୁଙ୍ଗା ପାଟରେ ପ୍ରସ୍ତୁତ କରାଯାଉଛି ଏହି ରାକ୍ଷୀ । ବଳଭଦ୍ରଙ୍କ ପାଇଁ ବାଇଗଣୀ-ନୀଳ ଓ ଜଗନ୍ନାଥଙ୍କ ପାଇଁ ହଳଦିଆ-ନାଲି ୨ ଟି ଲେଖାଏଁ ରାକ୍ଷୀ ପ୍ରସ୍ତୁତ କରାଯାଇଛି । ପାଟରା ବିଷୋୟୀ ଜଗନ୍ନାଥ ପାତ୍ର ବେଶ ନିଷ୍ଠାର ସହ ଏହି ରାକ୍ଷୀ ପ୍ରସ୍ତୁତ କରୁଥିବା ବେଳେ ତାଙ୍କ ନାତି ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି ।
ତେବେ ଏହି ରାକ୍ଷୀ ସହିତ ଚାରିଗୋଟି ଗୁଆମାଳ ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ୫୪ ଟି ଗୁଆରେ ପ୍ରସ୍ତୁତ ଏହି ଗୁଆମାଳ ମଧ୍ୟ ରକ୍ଷାବନ୍ଧନ ଅବସରରେ ଲାଗି କରାଯିବାର ପରମ୍ପରା ରହିଛି । ଏହାଛଡା ପାର୍ଶ୍ୱ ଦେବାଦେବୀଙ୍କ ପାଇଁ ମଧ୍ୟ ରାକ୍ଷୀ ପ୍ରସ୍ତୁତ କରିଥାନ୍ତି ପାଟରା ବିଷୋୟୀ ସେବାୟତ ମାନେ । ପୁର୍ଣ୍ଣିମା ଦିନ ପ୍ରସ୍ତୁତ ଏହି ରାକ୍ଷୀ ଶ୍ରୀମନ୍ଦିର ଗାରଦରେ ଦିଆଯିବା ପରେ ସିଂହାରୀ ସେବାୟତ ମାନେ ଏହାକୁ ମହାପ୍ରଭୁଙ୍କ ବାହୁରେ ଲାଗି କରିଥାନ୍ତି ।

hiring
hiranchal ad1
Leave A Reply

Your email address will not be published.

4 − 1 =