ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

0 85

ପୁରୀ: ତିନି ରଥର ମୋଟ ୪୨ ଗୋଟି ଚକ ମଧ୍ୟରୁ ଆଜି ସୁଦ୍ଧା ମୋଟ ୩୧ ଗୋଟି ଚକ ନିର୍ମାଣ ସହ ତିନି ରଥର ମୂହାଣ୍ଟ, ନିରାଡ଼ି, ଖମ୍ବ, ଓରା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତାଳଧ୍ୱଜ ରଥର ମୋଟ ୧୪ ଚକ ମଧ୍ୟରୁ ୧୦ ଗୋଟି ଚକ ନିର୍ମାଣ ଶେଷ ହୋଇଛି । ୧୧ତମ ଚକରେ ସଂଯୁକ୍ତ ପଇ ସାମାନ୍ୟ ଚଡକି ଯାଇଥିବା ପରିଲକ୍ଷିତ ହେବାରୁ ଉକ୍ତ ପଇକୁ ଅପସାରଣ କରାଯାଇଛି, ନୂତନ ପଇ ବିନ୍ଧ କାର୍ଯ୍ୟ ପରେ ୧୧ତମ ଚକରେ ସଂଯୁକ୍ତ ହେବ ,୧୨ ତମ ଚକ ତୁମ୍ବରେ ପଇ ସଂଯୋଗ ଶେଷ ହୋଇଛି । ଏଥିସହ ତାଳଧ୍ୱଜ ରଥର ୧୨ ଗୋଟି କୁଡୁକା, ୧୧ ଟି ଗୁଜ, ୮ ଟି ତିଖ ଗୁଜ ଏବଂ ୯ଟି ଜଳଜନ୍ତ୍ର ଶେଷ ହୋଇଅଛି । ଏହାଛଡା ମୋଟ ୪ ଗୋଟି ମୁହାଁଟରୁ ଦୁଇଗୋଟି ମୁହାଁଟଟ ଚଉପଟ କାର୍ଯ୍ୟ ଶେଷ ହୋଇଛି । ୮ ଗୋଟି ଖମ୍ବୀରୁ ୪ଗୋଟି ଖମ୍ବର ଚଉପଟ ଶେଷ ହୋଇଛି, ଚାରି ଗୋଟି ଓରା ମଧ୍ୟରୁ ଦୁଇଟି ଓରାଟ ଚଉପଟ କାର୍ଯ୍ୟ ଶେଷ ହୋଇ ଉଭୟ ପାର୍ଶ୍ୱର ବିନ୍ଧ କାର୍ଯ୍ୟ ବାକି ରହିଛି । ଏତଦ୍‌ ବ୍ୟତୀତ ଆଜି ତାଳଧ୍ୱଜ ରଥର ୪୦ ଫୁଟିଆ ପୋଲ ଗୟଳ କାଠର ବାଗିଆ ମାପ ପଡ଼ି ଚିରଟ କାର୍ଯ୍ୟ କରତୀ ସେବକଙ୍କ ଦ୍ୱାରା ଆରମ୍ଭ ହୋଇଛି ।

hiring

ସେହିପରି ଦର୍ପଦଳନ ରଥର ମୋଟ ୧୨ ଗୋଟି ଚକ ମଧ୍ୟରୁ ଆଜିସୁଦ୍ଧା ୯ ଗୋଟି ଚକ ନିର୍ମାଣ ଶେଷ ହୋଇଛି, ବକି ତିନୋଟି ଚକ ପାଇଁ ପଇ କଟାଯାଇ ସାଲ କାର୍ଯ୍ୟ ଜାରୀ ରହିଛି । ଅଥି ସହ ଦର୍ପଦଳନ ରଥର କୁଡୁକା, ଗୁଜ,ତୀଖ ଗୁଜ,ଜଳଜନ୍ତ୍ର ପୂର୍ବରୁ ଶେଷ ହୋଇଥିଲା,କ୍ଷ ଦେବୀ ରଥର ମୋଟ ୪ଗୋଟି ମୁହାଁଟ , ୪ ଗୋଟି ଓରା ରୁ ୨ ଗୋଟି ମୁହାଁଟ ୨ ଗୋଟି ଓରା ର ଚଉପଟ କାର୍ଯ୍ୟ ଶେଷ ହୋଇ ବିନ୍ଧ କାର୍ଯ୍ୟ ବାକି ରହିଛି । ଅନ୍ୟପଟେ ନନ୍ଦିଘୋଷ ରଥର୧୬ ଚକ ମଧ୍ୟରୁ ୧୨ ଗୋଟି ଚକ ନିର୍ମାଣ ଶେଷ ହୋଇଛି, ୧୩ ତମ ଚକର ପଇ କଳସା ସହ ଅଖ ବିନ୍ଧର ଠିକ୍‌ ତୁଲିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ୧୪ ,୧୫ ତମ ଚକ ପାଇଁ ଅର କଟିଙ୍ଗ ହୋଇ ଅର ସାଲ ଜାରୀ ରହିଛି,ଏଥିସହ ନନ୍ଦିଘୋଷ ରଥର ଦୁଇଟି ମୁହାଁଟ, ଦୁଇଟି ଓରାର ଚଉପଟ କାର୍ଯ୍ୟ ଶେଷ ପରେ ଆଉ ଦୁଇଟି ଓରାଟ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ମୁଖ୍ୟ ମହାରଣାଙ୍କ ଦ୍ୱାରା ବାକି ୭ଗୋଟି ଅଖ ର ମାପ ପଡ଼ି ଚିହ୍ନ ଗାରିଆ ଶେଷ ହୋଇ ଅଖ ଗୁଡ଼ିକର ଉଭୟ ପାର୍ଶ୍ୱ ଗୋଲେଇ କାର୍ଯ୍ୟ ଆରମ୍ଭ ହୋଇଛି,ଏଥିସହ ନନ୍ଦିଘୋଷ ରଥର ୮ ଗୋଟି ଖମ୍ବୀର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ସେହିପରି ରୂପକାର ସେବକ ମାନେ ତିନି ରଥର ସାଲ ଗୁଜ ରେ ରୂପ ଖୋଦେଇ ସହ ଖୋଦେଇ ଶେଷ ହୋଇଥିବା ରୂପ ଗୁଡ଼ିକର ପଳିସ କାର୍ଯ୍ୟ ଜାରୀ ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − 4 =