ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ

0 72

ପୁରୀ : ଆଜି ଠାରୁ ଚଳିତ ବର୍ଷ ୨୦୨୨ ର ରଥଯାତ୍ରାର ପ୍ରକ୍ରିୟା ଆରମ୍ଭ ହୋଇଛି । ରଥ କାଠ ଚିହ୍ନଟ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ରଥ ତତ୍ତ୍ୱ ବଧାରକ ସୁଦର୍ଶନ ମେକାପଙ୍କ ନୀତି ନେତୃତ୍ୱରେ ଏକ ୩ ଜଣିଆ ଟିମ୍‌ ନୟାଗଡର ଦଶପଲ୍ଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କରିଛନ୍ତି । ଶ୍ରୀମନ୍ଦିରରୁ ମାଳ ମାହାର୍ଦ୍ଦ, ନଡିଆ, ପତନୀ, ସିନ୍ଦୁର, ଦୀପ, ନୈବେଦ୍ୟ ନେଇ ଯାତ୍ରା କରିଛନ୍ତି । ଏହି ଟିମରେ ରଥ ନିର୍ମାଣର ବରିଷ୍ଠ ତତ୍ତ୍ୱବଧାରକ ସୁଦର୍ଶନ ମେକାପ, ରଥ ଅମିନ, ଭୋଇ ସର୍ଦ୍ଦାର ରବି ଭୋଇ ରହିଛନ୍ତି । ଆସନ୍ତାକାଲି ବଡରାଉଳ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବ ପରେ ଠାକୁରାଣୀଙ୍କ ଅନୁମତି ନେଇ ରଥକାଠ ଚିହ୍ନଟ ପକ୍ରିୟା ଆରମ୍ଭ ହେବ । ତିନି ରଥ ନିର୍ମାଣ ପାଇଁ ୮୬୫ କାଠର ଆବଶ୍ୟକତା ରହିଛି । ଶ୍ରୀମନ୍ଦିର ପ୍ରଶାସନ ପାଖରେ ପୁର୍ବ ବର୍ଷର ୮୦ ଖଣ୍ଡ କାଠ ବଳକା ରହିଥିବା ବେଳେ ଚଳିତ ବର୍ଷ ମୋଟ ୭୮୫ କାଠର ଆବଶ୍ୟକତା ରହିଛି । ପରମ୍ପରା ଅନୁଯାୟୀ ଆସନ୍ତା ସରସ୍ୱତୀ ପୂଜାରେ ତିନି ଖଣ୍ଡ ୧୨ ଫୁଟିଆ ଧଉରା କାଠ ରଥ ଖଳାରେ ପୂଜାର୍ଚ୍ଚନା କରାଯିବ ।

hiranchal ad1
Leave A Reply

Your email address will not be published.

two × five =