ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ହେବନି ରଥଯାତ୍ରା

0 113

ଭୁବନେଶ୍ୱର: ଚଳିତ ବର୍ଷ ଶ୍ରୀକ୍ଷେତ୍ର ପୁରୀ ସମେତ ରାଜ୍ୟର କୌଣସି ସ୍ଥାନରେ ଘୋଷଯାତ୍ରା ତଥା ରଥଯାତ୍ରା ହେବନାହିଁ ବୋଲି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି କେବଳ ପୁରୀରେ ନୁହେଁ, ସାରା ଓଡିଶାରେ କୌଣସି ଠାରେ ରଥ ଗଡିବ ନାହିଁ । ରଥଯାତ୍ରା ପାଇଁ ଅନୁମତି ଦେଲେ ପ୍ରଭୁ ହିଁ ନିଜେ କ୍ଷମା କରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ୍ ଏ ବୋଗଡେ, ଜଷ୍ଟିସ ଏ ଏସ୍ ବୋପର୍ଣ୍ଣା ଓ ଜଷ୍ଟିସ ହୃଷିକେଷ ରାୟଙ୍କ ତିନିଜଣିଆ ଖଣ୍ଡପୀଠ । ଭିଡିଓ କନଫରେନ୍ସିଂ ଜରିଆରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ମାନ୍ୟବର ସୁପ୍ରିମକୋର୍ଟ ପ୍ରଦାନ କରି ଜନସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଇଥିବା ରାୟରେ କହିଛନ୍ତି । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କେବଳ ଓଡିଶାବାସୀଙ୍କ ନୁହେଁ, ବିଶ୍ୱବାସୀଙ୍କ ଆବେଗ ସହିତ ଜଡିତ ଥିବା ବେଳେ ସୁପ୍ରିମକୋର୍ଟଙ୍କ ଏହି ରାୟ ସମସ୍ତଙ୍କ ମନକୁ ଆଘାତ ଦେଇଛି । ଉଲ୍ଲେଖଯୋଗ୍ୟ ଯେ, ରଥଯାତ୍ରା ବନ୍ଦ ପାଇଁ ୨ଟି ସଂସ୍ଥା ତରଫରୁ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଥିଲା । ଏହି ପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥଙ୍କର ପରମସେବକ ଗଜପତି ଦିବ୍ୟସିଂହ ଦେବ ମହାରାଜ ରଥଯାତ୍ରା ବନ୍ଦ ହେଲେ ବି ଧାର୍ମିକ ଦୃଷ୍ଟିକୋଣରୁ ଯାତ୍ରା ବିିଧି ଅନୁଯାୟୀ ପାଳନ ହେବ । ମାନ୍ୟବର ସୁପ୍ରିମକୋର୍ଟର ନିଷ୍ପତ୍ତିର ବିକଳ୍ପ ନାହିଁ ।ତେବେ ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତଙ୍କୁ ସମ୍ମାନ ଦେବାକୁ ପଡିବ । ଧାର୍ମିକ ଦୃଷ୍ଟିକୋଣରୁ ଯାତ୍ରା ବିଧି ପାଳନ ନେଇ ନିଷ୍ପତ୍ତି ନିଆଯିବ ।ଜଗତଗୁରୁ ଶଙ୍କରଚାର୍ଯ୍ୟଙ୍କ ସହିତ ଏ ନେଇ ଆଲୋଚନା ହେବ । ଶ୍ରୀମନ୍ଦିର ପରିଚାଳନା କମିଟି ସହ ବୈଠକ ପରେ ନିଷ୍ପତ୍ତି ହେବ । ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ସୁପ୍ରିମକୋର୍ଟ ଏ ନିଷ୍ପତ୍ତି ନେଇଥିବାରୁ ଜନଜୀବନକୁ ସମସ୍ତେ ଗୁରୁତ୍ୱ ଦେଇଛନ୍ତି । ପ୍ରକାଶଥାଉକି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବିଭିନ୍ନ ସମୟରେ ପୂର୍ବରୁ ବନ୍ଦ ରହିଥିବାର ନଜିର ରହିଛି । କେତେବେଳେ ମହାପ୍ରଭୁଙ୍କୁ ବାହ୍ୟଶତ୍ରୁ ଆକ୍ରମଣରୁ ରକ୍ଷା ପାଇଁ ନିଷ୍ପତ୍ତି ହୋଇଛି ତ କେତେବେଳେ ଜନସ୍ୱାର୍ଥ ପାଇଁ ମଧ୍ୟ ବନ୍ଦ ରହିଛି । ତେଣୁ ଆଜିର ବିଶେଷ ପରିସ୍ଥିତିରେ ଆମକୁ ଖାପଖୁଆଇ ଧର୍ମ ପାଳନ କରିବାକୁ ହେବ ।

hiranchal ad1
Leave A Reply

Your email address will not be published.

2 × 1 =