ରବୀନ୍ଦ୍ର ଜେନାଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ

0 57

ଭୁବନେଶ୍ୱର:  ସିସୋର ଚିଟଫଣ୍ଡ ଠକେଇ ମାମଲା, ପୂର୍ବତନ ସାଂସଦ ତଥା ବିଜେଡି ନେତା ରବୀନ୍ଦ୍ର ଜେନାଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ । ସିବିଆଇ ପକ୍ଷରୁ ଦାୟର ହୋଇଥିବା ଚାର୍ଜସିଟ୍ ଏବଂ ଏଫଆଇଆରକୁ ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରବୀନ୍ଦ୍ର ଜେନା । ଏହାପରେ କୋର୍ଟରେ ଉଭୟ ସିବିଆଇ ଏବଂ ରବୀନ୍ଦ୍ର ଜେନା ପକ୍ଷ ରଖିଥିଲେ । ସମସ୍ତ ପକ୍ଷଙ୍କୁ ଶୁଣିବାପରେ ହାଇକୋର୍ଟ ରବୀନ୍ଦ୍ର ଜେନାଙ୍କ ଆବେଦନ ଖାରଜ କରିଦେଇଛନ୍ତି ।
ସିବିଆଇ କୋର୍ଟରେ ପକ୍ଷ ରଖି କହିଛି, ସିସୋରଠାରୁ ରବୀନ୍ଦ୍ର ଜେନା ପଇସା ନେଇ ତାଙ୍କୁ ରାଜନୈତିକ ସୁରକ୍ଷା ଯୋଗାଇ ଦେଉଥିଲେ । ପୂର୍ବରୁ ଏହି ମାମଲାରେ ହାଇକୋର୍ଟ ତାଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରିଥିଲେ । ଭୁବନେଶ୍ୱର ତଳ କୋର୍ଟରେ ତାଙ୍କ ବିରୋଧରେ ହୋଇଥିବା ମାମଲା ବିଚାରଧୀନ ଥିଲା । ଏହାପରେ ହାଇକୋର୍ଟର ବିଚାରପତି ବିପି ରାଉତରାୟଙ୍କ ଖଣ୍ଡପୀଠ ଆବେଦନକୁ ଖାରଜ କରି ଦେଇଛନ୍ତି । ସିବିଆଇ ପକ୍ଷରୁ ଆଇନଜୀବୀ ସାର୍ଥକ ନାୟକ ମାମଲାର ପରିଚାଳନା କରୁଥିବା ବେଳେ ରବୀନ୍ଦ୍ର ଜେନାଙ୍କ ପକ୍ଷରୁ ଅମନ ଲେଖି, ପ୍ରଣୟ ଦାସ ଓ ଗୌରବ ଖାନ୍ନା ପରିଚାଳନା କରୁଥିଲେ ।

hiranchal ad1
Leave A Reply

Your email address will not be published.

17 − eight =