ମନେରଗାରେ ଅନିୟମିତତା ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ: ଉଦ୍ୟାନ କୃଷି ବିଭାଗରେ ଅଧିକାରୀ ଓ ଦଲାଲଙ୍କ ମଧୁଚନ୍ଦ୍ରିକା ଅଭିଯୋଗ

0 105

ରାୟଗଡ/୧୯/୮- ରାୟଗଡ ଜିଲ୍ଲା ଉଦ୍ୟାନ କୃଷି ବିଭାଗରେ ମନେରଗା ଯୋଜନା ଅନ୍ତର୍ଗତ ଆମ୍ବଚାଷ ପ୍ରକଳ୍ପରେ କାଶିପୁର ବ୍ଳକରେ ପ୍ରକୃତ ଚାଷୀ ପରିବର୍ତ୍ତେ ଦଲାଲଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ଲୋକଙ୍କୁ ଚାରା ବଂଟନ କରାଯାଇଥିବା ନେଇ ଆଜି ରାୟଗଡ ସହରର ନ୍ୟୁକଲୋନୀ ସ୍ଥିତ ଭାରତୀୟ ଜନତା ପାର୍ଟି, ରାୟଗଡ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାୟଗଡ ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ତଥା ଆଦିବାସୀ ଯୁବନେତା ବସନ୍ତ ଉଲ୍ଳାକା ଅଭିଯୋଗ କରିଛନ୍ତି । ଉଦ୍ୟାନ କୃଷି ବିଭାଗ ଦ୍ୱାରା ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ ମନେରଗା ଯୋଜନା ଅନ୍ତର୍ଗତ ଆମ୍ବଚାଷରେ କାଶିପୁର ବ୍ଳକର ଅଡାଝର,ବାଙ୍କମ୍ବ, ଚନ୍ଦ୍ରଗିରି, ଡଙ୍ଗାସିଲ, ଦୁଡକାବାହାଲ, ଗୋଡିବାଲି, ଗୋରଖପୁର, ହାଡିଗୁଡା, କାଶିପୁର, ଖୁରଗାଁ, କୋଡିପାରି, କୁଚେଇପଦର, ମାଇକଂଚ, ମାଣ୍ଡିବିସି, ମୁନୁଷଗାଁ, ନାକଟିଗୁଡା, ପୋଡାପାଡି, ରେଙ୍ଗା, ଶଙ୍କରଡା, ସିନ୍ଦୁରଘାଟି, ଶିରିପାଇ, ସୁଙ୍ଗେର, ତଳଝିିରି ଏବଂ ଟିକିରି ୨୪ଗୋଟି ଗ୍ରାମ ପଂଚାୟତର ୧୮୪୪ ହେକ୍ଟର ଚାଷ ଜମିରେ ୭୩୭୬୦୦ଟି ଆମ୍ବଚାରା ରୋପଣ ନିମନ୍ତେ ୨୫୬୩ ଜଣ ଚାଷୀଙ୍କ ଆବେଦନକୁ ମଞ୍ଜୁରୀ ହୋଇଥିବା ବେଳେ ଏଥିରେ ପ୍ରକୃତ ଚାଷୀ ଚାରା ପାଇବାରୁ ବଂଚିତ ହୋଇଛନ୍ତି ବୋଲି ଶ୍ରୀ ଉଲାକା ଅଭିଯୋଗ କରିଛନ୍ତି । ପ୍ରକୃତ ଚାଷୀଙ୍କୁ ବାଦ ଦେଇ ହୁତାସେନ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ସୁପାରିଶ କ୍ରମେ ୬୧ଟି ଫାଇଲ, ଶାରଦା ନାଏକ ସୁପାରିଶ କ୍ରମେ ୩୧ ଏବଂ ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲିଙ୍କ ସୁପାରିଶ କ୍ରମେ ୫୧ଟି ଫାଇଲକୁ ବିଭାଗୀୟ କର୍ତୁପକ୍ଷ ମଂଜୁରୀ କରିଛନ୍ତି କିନ୍ତୁ ଲାକ୍ରିସ ଗ୍ରାମର ଅମିତ ମାଝି,ବନ୍ଦାଲପାସ ଗ୍ରାମର ଜଳେଶ୍ୱର ନାଏକ ଓ ରେଙ୍ଗା ଗ୍ରାମର ଯୁବା ମାଝି ଭଳି ପ୍ରକୃତ ଚାଷୀଙ୍କ ଆବେଦନକୁ ନାକଚ କରାଯାଇଛି ବୋଲି ଶ୍ରୀ ଉଲାକା ଅଭିଯୋଗ କରିବା ସହ ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରି ଚାରା ବଂଟନ କରନ୍ତୁ ବୋଲି ଦାବି କରିଛନ୍ତି । ସେହିପରି ରାୟଗଡ ଜିଲ୍ଳା ଉଦ୍ୟାନ କୃଷି ବିଭାଗର କାଶିପୁର ବ୍ଳକ ଦାୟିତ୍ୱରେ ଥିବା ରବି ନାମକ ଜଣେ କ୍ଷେତ୍ର ପରିଦର୍ଶନ ଅଧିକାରୀ ଓ ସ୍ଥାନୀୟ ଦଲାଲ ମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପ୍ରକୃତ ଚାଷୀ ତାଲିକାରୁ ବାଦ ପଡିଥିବା ବେଳେ କିଏ ପ୍ରକୃତରେ ଚାଷୀ ତାହା ତଦାରଖ ନ କରି ଚାଷ ପାଇଁ ମଂଜୁରୀ ଦିଆଯାଇ ଥିବାରୁ ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ ଶ୍ରୀ ଉଲାକା କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଳା ସାଧାରଣ ସଂପାଦକ କିଶୋରଚନ୍ଦ୍ର ପଣ୍ଡା ଓ କୃଷକ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଉମାଶଙ୍କର ପାଢୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

4 + eight =