ଗାନ୍ଧୀନଗର ୟୁପି ସ୍କୁଲକୁ ହାଇସ୍କୁଲରେ ରୂପାନ୍ତରଣ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ଦାବିପତ୍ର ପ୍ରଦାନ

0 100

ରାୟଗଡ/୧୯/୮- ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ମନ୍ତ୍ରୀ ସମୀର ଦାସ ଆଜି ରାୟଗଡ ଗସ୍ତରେ ଆସିଥିବା ବେଳେ ସାର୍କିଟ ହାଉସ ଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଗଜପତି ଜିଲ୍ଳାରୁ ରାୟଗଡକୁ ସଡକପଥ ଯୋଗେ ମଧ୍ୟାହ୍ନରେ ରାୟଗଡ ଠାରେ ପହଞ୍ଚିବା ପରେ ସ୍ଥାନୀୟ ସାର୍କିଟ ହାଉସ ଠାରେ ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ, ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ଭଜନଲାଲ ପ୍ରଧାନ, ଜିଲ୍ଳା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅନନ୍ତଚରଣ ରଥ ଓ ଜିଲ୍ଳା ଶିକ୍ଷକ ସଂଘ କର୍ମକର୍ତାଙ୍କ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସାର୍କିଟ ହାଉସ ଠାରେ ମନ୍ତ୍ରୀ ଶ୍ରୀ ଦାସ ଜିଲ୍ଳାର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷାଦାନ ପ୍ରକ୍ର୍ରିୟା ଉପରେ ଆଲୋଚନା କରିଥିଲେ । ଜିଲ୍ଳା ପ୍ରାଥମିକ ସଂଘର ତ୍ରିପତି ପଣ୍ଡା, ନରେଶ ସିଂ, ଟି.ଭି.ଭି. ସଦ୍ୟନାରାୟଣ, ରଘୁନାଥ ସୁବୁଦ୍ଧି, ଶିବରାମ ମିଶ୍ର, ନୀଳାଞ୍ଚଳ ମିଶ୍ର ଓ ସଂଘ ସଭାପତି ଶ୍ରୀ ରଥ ଉପସ୍ଥିତ ରହି ଶିକ୍ଷାମନ୍ତ୍ରୀଙ୍କୁ ସଂଘ ତରଫରୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ୧୯୬୧ ମସିହାରେ ସ୍ଥାପିତ ଗାନ୍ଧୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ହାଇସ୍କୁଲରେ ରୂପାନ୍ତରଣ କରିବା ନିମନ୍ତେ ଏକ ଦାବିପତ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଦାସଙ୍କୁ ପ୍ରଦାନ କରାଯାଇଥିଲା । ରାୟଗଡ ସହରର ବସଷ୍ଟାଣ୍ଡର ପଶ୍ଚିମ ପଟେ ତିନୋଟି ହାଇସ୍କୁଲ ରହିଥିବା ସ୍ଥଳେ ମୁଖ୍ୟ ରାସ୍ତାର ପୂର୍ବପଟ ଗୋଟିଏ ହେଲେ ହାଇସ୍କୁଲ ନ ଥିବାରୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା । ଗାନ୍ଧୀନଗର, ଇନ୍ଦିରାନଗର, କସ୍ତୁରୀ ନଗର, ତୁମ୍ବିଗୁଡା, ଫରେଷ୍ଟ କଲୋନୀ,ରାଣିଗୁଡା ରେଭିନ୍ୟୁ କଲୋନୀ ,ବୁଦୁରାୱାଲସା,ଅଂଟାରିଗୁଡା ଭଳି ଅନେକ ଅଂଚଳ ସହରର ଗୋଟିଏ ପାଶ୍ୱର୍ରେ ରହିଥିବା ବେଳେ ବ୍ୟସ୍ତବହୁଳ ୩୨୬ ନମ୍ବର ଜାତୀୟ ରାଜପଥରେ ତଥା ଓଭରବ୍ରିଜ୍‌ ଲଂଘନ କରି ଛାତ୍ରଛାତ୍ରୀମାନେ ଜିସିଡି ହାଇସ୍କୁଲ,ଗୋପବନ୍ଧୁ ମ୍ୟୁନିସିପାଲଟି ହାଇସ୍କୁଲ ଏବଂ ଆରଏସଇଡବ୍ଳ୍ୟୁସି ହାଇସ୍କୁଲ ପର୍ଯ୍ୟନ୍ତ ଯିବା ସମୟରେ ସେମାନଙ୍କ ଜୀବନପ୍ରତି ବହୁ ବିପଦ ରହିଥିବା ଦାବିରେ ଉଲ୍ଲେଖ କରାଯାଇଛି । ଦାବିପତ୍ର ଗ୍ରହଣ ପରେ ଏହାର ତଦନ୍ତ କରି ଯଥାଶୀଘ୍ର ଏକ ପ୍ରସ୍ତାବ ପ୍ରଦାନ ନିମନ୍ତେ ଜିଲ୍ଳା ଶିକ୍ଷାଧିକାରୀ ଶ୍ରୀ ବରିହାଙ୍କୁ ଶିକ୍ଷାମନ୍ତ୍ରୀ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

17 + three =