ରାୟଗଡ ଜିଲ୍ଳା ପ୍ରଶାସନ ସାହାର୍ଯ୍ୟକୁ ଅପେକ୍ଷା: ଦୃୃଷ୍ଟି ଓ ଶ୍ରବଣ ଶକ୍ତି ହରାଇ ଅସହାୟ ଅବସ୍ଥାରେ ବୃଦ୍ଧା ମାଁ

0 74

ରାୟଗଡ/୨୮/୮/୨୧: ଆଜି ରାୟଗଡ ସହର ସ୍ଥିତ ମାତୃଶକ୍ତି ବୃଦ୍ଧାଶ୍ରମକୁ ଆସିଛନ୍ତି ଜଣେ ବୃଦ୍ଧା ମାଁ । ତେବେ ବୃଦ୍ଧା ମାଁ’ଟି ପରିଣତ ବୟସରେ ଦୃଷ୍ଟି ଓ ଶ୍ରବଣ ଶକ୍ତି ହରାଇ ଥିବାରୁ ଅସହାୟ ହୋଇ ପଡିଛନ୍ତି । ରାୟଗଡ ଜିଲ୍ଳା ପ୍ରଶାସନ ଯଦି ସାହାର୍ଯ୍ୟ ଓ ସହଯୋଗର ହାତ ବଢେଇବେ ତାହାହେଲେ ପରିଣତ ବୟସରେ ଭବିଷ୍ୟତ ଜୀବନକୁ ଖୁସିରେ କଟାଇ ପାରିଥାନ୍ତେ । ପରିତାପର ବିଷୟ ଆଜି ଯାଏଁ ବୃଦ୍ଧା ମାଁ’ଙ୍କର ଅସଲ ପରିଚୟଟି ମିଳିପାରିନାହିଁ । ଗତ ୭ବର୍ଷ ଧରି ଏହି ବୃଦ୍ଧା ମାଁଙ୍କୁ ରାୟଗଡ ଜିଲ୍ଳା ଅମ୍ବାଦଳାର ଶ୍ରୀ ସତ୍ୟସାଇ ସେବା ସମିତିର ଭାଇଭଉଣୀମାନେ ସେବା ଓ ଯତ୍ନ କରି ଆସୁଥିଲେ । ସେ ପୂର୍ବରୁ ସବୁକିଛି ଦେଖିପାରୁଥିଲେ ଏବଂ ଶୁଣିବି ପାରୁଥିଲେ ତେବେ ଏଥି ମଧ୍ୟରେ ବୃଦ୍ଧା ମାଁଙ୍କର ଦୃଷ୍ଟି ଓ ଶ୍ରବଣ ଶକ୍ତି ଧୀରେ ଧୀରେ ହ୍ରାସ ପାଇଥିଲା । ଫଳରେ ସଂଗଠନର ଭାଇଭଉଣୀମାନେ ବୃଦ୍ଧା ମାଁଙ୍କୁ ଉପଯୁକ୍ତ ଚିକିତ୍ସା ତଥା ଉପକରଣର ସୁବିଧା କରାଇବା ନିମନ୍ତେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିଙ୍କ ଅନେକ ଥର ଦୃଷ୍ଟି ଆର୍କଷଣ କରିଥିଲେ । ତଥାପି କୈାଣସି ସୁଫଳ ମିଳି ପାରି ନ ଥିଲା । ପରେ ସଂଗଠନର ଭାଇଭଉଣୀମାନେ ଅମ୍ବାଦଳା ସପ୍ତାହିକ ହାଟ ପଡିଆର ଚଟାଣରେ ଏକ ସାମୟିକ ଆଶ୍ରୟ ସ୍ଥଳୀ ପ୍ରସ୍ତୁତ କରି ବୃଦ୍ଧା ମାଁଙ୍କୁ ଆଶ୍ରୟ ଦେଇଆସିଥିଲେ । ରାୟଗଡ ଜିଲ୍ଳା ସଦର ମହକୁମାରେ ଥିବା ବୃଦ୍ଧାଶ୍ରମକୁ ମଧ୍ୟ ଅନେକ ଥର ଯୋଗାଯୋଗ କରିଥିଲେ । କିନ୍ତୁ ବୃଦ୍ଧାଙ୍କର ଦୃଷ୍ଟି ଶକ୍ତି ନ ଥିବା ଯୋଗୁଁ ତାଙ୍କୁ ବୃଦ୍ଧାଶ୍ରମ ପକ୍ଷରୁ ଗ୍ରହଣ କରାଯାଉ ନ ଥିଲା । ପରିଣତ ବୟସରେ ବୃଦ୍ଧା ମାଁଙ୍କ ଅସୁବିଧାକୁ ନେଇ ସଂଗଠନ ତରଫରୁ ରାୟଗଡ ଜିଲ୍ଳା ଶ୍ରୀ ସତ୍ୟସାଇ ସଂଗଠନର କର୍ତପକ୍ଷଙ୍କ ଦୃଷ୍ଟି ଆର୍କଷଣ କରାଯାଇଥିଲା । ଜିଲ୍ଳା ସଂଗଠନର ଜିଲ୍ଳା ସେବା ସଂଯୋଜକ ଡା.ଏଲ.ଏନ.ସାହୁ ଅସୁବିଧାକୁ ହୃଦୟଙ୍ଗମ କରି ରାୟଗଡ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀନାରାୟଣ ସାବତଙ୍କ ଜରିଆରେ ଜିଲ୍ଳା ସମାଜିକ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ଆର୍କଷଣ କରିଥିଲେ । ଏଥିସହ ସତ୍ୟସାଇ ସମିତି ଆବାହକ ନରେନ୍ଦ୍ର ସାସମଲ ମଧ୍ୟ ସହରର ବୃଦ୍ଧାଶ୍ରମଗୁଡିକ ସହ ଯୋଗାଯୋଗ କରିଥିଲେ । ପରିଶେଷରେ ଆଜି ବୃଦ୍ଧ ମାଁଙ୍କୁ ରାୟଗଡ ସହରର ମାତୃଶକ୍ତି ବୃଦ୍ଧାଶ୍ରମକୁ ସେବାଦଳ ଭାଇମାନଙ୍କ ଦ୍ୱାରା ସ୍ଥାନାନ୍ତରଣ କରାଯାଇଥିଲା । ଏଭଳି କାର୍ଯ୍ୟକୁ ସଫଳ କରାଇଥିବାରୁ ଜିଲ୍ଳା ସଂଗଠନର ଜିଲ୍ଳା ସେବା ସଂଯୋଜକ ଶ୍ରୀ ସାହୁ,ବିଡିଓ ଶ୍ରୀ ସାବତ,ଡିଏସଏସଓ ଏବଂ ସାଇ ସମିତି ଆବାହକ ଶ୍ରୀ ସାସମଲଙ୍କୁ ଅମ୍ବାଦଳା ସତ୍ୟସାଇ ସେବା ସଂଗଠନ ପକ୍ଷରୁ ବିଶେଷ ଧନ୍ୟବାଦ ସହ ମଙ୍ଗଳ କାମନା କରାଯାଇଛି ।

hiranchal ad1
Leave A Reply

Your email address will not be published.

9 − seven =