ପରକ୍ରିୟା ପ୍ରୀତିରୁ ଜଘନ୍ୟ ହତ୍ୟାକାଣ୍ଡ ଘଟଣା,ସ୍ୱାମୀ ରଚିଥିଲା ଷଡଯନ୍ତ୍ର: ୩ ଅଭିଯୁକ୍ତଗିରଫ

0 243

ରାୟଗଡ/୪/୯/୨୧: ପରକ୍ରିୟା ପ୍ରୀତିକୁ ନେଇ ରାୟଗଡ ସହରର ନ୍ୟିୁକଲୋନୀ ସ୍ଥିତ ବନ୍ଧନ ବ୍ୟାଙ୍କ ନିକଟରେ ରହୁଥିବା ବି.ରାଜ କୁମାରଙ୍କୁ ଗତ ୧ତାରିଖ ଦିନ ନିର୍ଦ୍ଦୟ ହତ୍ୟା କରିଥିବା ଅଭିଯୋଗରେ ଘଟଣାରେ ସଂପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଦୁଇଜଣ ସହଯୋଗୀକୁ ରାୟଗଡ ଥାନା ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ ରାୟଗଡ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଳା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶଙ୍କର ପ୍ରସାଦ ଦ୍ୱିବେଦୀ ସୂଚନା ପ୍ରଦାନ କରିଛନ୍ତି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ହେଲା ରାୟଗଡ ସହରର ରାଣୀଗୁଡା ଫାର୍ମ ଅଂଚଳରେ ଥିବା କୁକୁଡା ଫାର୍ମ ନିକଟରେ ରହୁଥିବା ଲିଙ୍ଗାଲୁ ସୀମାଂଚଳମ ଓରଫ ସୀମହା(୩୦) । ସେ ଜଣେ ଅଟୋରିକ୍ସା ଡ୍ରାଇଭର । ସେହିପରି ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅନ୍ୟ ଦୁଇଜଣ ସହଯୋଗୀ ହେଲେ ବ୍ରାହ୍ମଣ ସାହିର ବଳରାମ ପାଢୀ (୨୭) ଓରଫ ବାବୁ ଏବଂ ରାମ ମନ୍ଦିର ନିକଟରେ ରହୁଥିବା ଜି.ସବରିଶ କୁମାର (୨୮)ଓରଫ ଗୁଗୁଲୁ ବୋଲି ପୋଲିସ ସୂଚନା ପ୍ରଦାନ କରିଛି । ମିଳିଥିବା ସୂଚନା ପ୍ରକାରେ ଅଟୋରିକ୍ସା ଡ୍ରାଇଭର ସୀମାଂଚଳମ ଓ ଫୋଟୋ ଷ୍ଟୁଡିଓରେ କାମ କରୁଥିବା ବି.ରାଜ କୁମାରଙ୍କ ମଧ୍ୟରେ ଗତ ୬ମାସ ତଳେ ବନ୍ଧୁତ୍ୱ ସ୍ଥାପନା ହୋଇଥିଲା । ରାଜ କୁମାର ନିଜ ସାଙ୍ଗ ସୀମାଂଚଳମଙ୍କ ଘରକୁ ନିୟମିତ ଭାବେ ଯିବା ଆସିବା କରୁଥିବା ବେଳେ ଏଥିମଧ୍ୟରେ ସୀମାଂଚଳମଙ୍କ ସ୍ତ୍ରୀ ଏବଂ ରାଜ କୁମାରଙ୍କ ମଧ୍ୟରେ ଅନୈତିକ ସଂପର୍କ ଗଢି ଉଠିଥିଲା । ନିଜ ସ୍ତ୍ରୀର ପର ପୁରୁଷ ପ୍ରତି ଅନୈତିକ ସଂପର୍କ ରହିଥିବା ପ୍ରମାଣ ପାଇବା ପରେ ସେ ପ୍ରତିଶୋଧ ପରାୟଣ ହୋଇ ରାଜ କୁମାରଙ୍କୁ ଜୀବନରେ ମାରି ଦେବାର ଯୋଜନା କରିଥିଲା ସୀମାଂଚଳମ୍‌ । ସେ ଯୋଜନାବଦ୍ଧ ଭାବେ ଗତ ଅଗଷ୍ଟ ୩୧ ତାରିଖ ସଂଧ୍ୟାରେ ଅଟୋ ଭଡା ଧରି ଆନ୍ଧ୍ର ପ୍ରଦେଶକୁ ଯାଉଥିବା ନିଜ ସ୍ତ୍ରୀକୁ କହି ନିଜ ଘର ଆଖପାଖରେ ରାଜ କୁମାର ଆସିବାକୁ ଅପେକ୍ଷା କରି ରହିଥିଲା । ସୀମାଂଚଳମ ଘରେ ନ ଥିବା ନେଇ ସ୍ତ୍ରୀ ପାଖରୁ ଖବର ପାଇ ରାଜ କୁମାର ରାତ୍ର ୯ଟାରୁ ୧୦ଟା ମଧ୍ୟରେ ସୀମାଂଚଳମଙ୍କ ଘରେ ପଂହଚିଥିଲା । ରାଜ କୁମାର ଓ ସୀମାଂଚଳମଙ୍କ ସ୍ତ୍ରୀ ଘର ଭିତରେ ରହିଥିବା ବେଳେ ବାହାର ପଟୁ କବାଟ ବନ୍ଦ କରି ଦେଇଥିଲା । ଏହି ସମୟରେ ସୀମାଂଚଳମ ନିଜ ସହଯୋଗୀ ବଳରାମ ଓ ସବରିଶକୁ ଡକାଇଥିଲା । ସୀମାଂଚଳମ ,ବଳରାମ ଓ ସବରିଶ ମିଶି କବାଟ ଖୋଲି ଭିତରକୁ ଯିବା ପରେ ଘରେ ସୀମାଂଚଳମଙ୍କ ସ୍ତ୍ରୀ ଓ ତାଙ୍କ ଶାଶୁଙ୍କ ଉପସ୍ଥିତ ମରଣାତ୍ମକ ଆକ୍ରମଣ କରି ମାଡ ମାରିଥିଲେ । ପରେ ରାଜ କୁମାରକୁ ଥାନାକୁ ନେବା ପାଇଁ ନିଷ୍ପତି ପରେ ରାତ୍ର ୧୨ଟା ପାଖାପାଖି ସମୟରେ ଆଣୁଥିବା ବେଳେ ଗୁରୁତର ରାଜ କୁମାର ମୋତେ ଥାନାକୁ ନିଅନାହିଁ ବୋଲି କହିଥିବା ବେଳେ ସୀମାଂଚଳମ ରାଜ କୁମାରଙ୍କ ଫୋନରୁ ତାଙ୍କ ସାନଭାଇ ବି.ରାକେଶ କୁମାରକୁ ଫୋନ କରି ତା’ବଡ ଭାଇ କରିଥିବା ଘଟଣାକୁ ବଖାଣିଥିଲେ । ତେବେ ରାଜ କୁମାରଙ୍କ ଭାଇ ଓ ପରିବାର ଲୋକେ ପାର୍ବତୀପୁରମ ଯାଇଥିବାରୁ ରାଜକୁ ଥାନାକୁ ନିଅ ନାହିଁ ଆମେ ସକାଳେ ପଂହଚି କିଛି ନିଷ୍ପତି ନେବା ବୋଲି କହିଥିଲେ । କିନ୍ତୁ ଉକ୍ତ ସମୟରେ ଗୁରୁତର ରାଜକୁମାରଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ନ୍ୟିୁକଲୋନୀ ସ୍ଥିତ ଘରକୁ ନେଇଯାଇଥିଲେ । ଘରେ ପଂହଚିବା ବେଳକୁ ରାଜ କୁମାର ଅଚେତ ହୋଇ ପଡିଥିବାରୁ ହୋସରେ ଆସିବା ପରେ ମାଡ ଘଟଣାକୁ ପୋଲିସ ଆଗରେ ପ୍ରକାଶ କରିବାର ଭୟ ରଖି ସୀମାଂଚଳମ ଏକ ଗାମୁଚ୍‌ଛାରେ ରାଜ କୁମାରର ବେକ ଚିପି ହତ୍ୟା କରି ତାହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରି ଫେନରେ ଝୁଲାଇ ଦେଇ ଚାଲି ଯାଇଥିଲେ । ପରେ ରାଜ କୁମାରଙ୍କ ମୃତଦେହକୁ ଘରେ ପାଇବା ପରେ ତାଙ୍କ ସାନ ଭାଇ ବି.ରାକେଶ ରାୟଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ପୋଲିସ ପଂହଚି ତଦନ୍ତ ଆରମ୍ଭ କରିବା ପରେ ଅଭିଯୁକ୍ତ ତିନି ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଦ୍ୱିବେଦୀ ସୂଚନା ପ୍ରଦାନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାୟଗଡ ଥାନା ଅଧିକାରୀ ତଥା ଉକ୍ତ କେସ’ର ତଦନ୍ତକାରୀ ଅଧିକାରୀ ରଶ୍ମିରଂଜନ ପ୍ରଧାନ,ଏସ.ଆଇ.,ଶିବ ଶଙ୍କର ସାହୁ,ମାନସ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହଥିଲେ ।

hiranchal ad1
Leave A Reply

Your email address will not be published.

one × three =