ରାୟଗଡାରେ ୧୮ରୁ ୪୪ବର୍ଷୀୟଙ୍କ ଟିକାକରଣ ଆରମ୍ଭ
ରାୟଗଡା,୭/୬- ୧୮ରୁ ୪୪ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଟୀକାକରଣ ପାଇଁ ରାୟଗଡା ଜିଲ୍ଳା ପ୍ରଶାସନ ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟରେ ଜିଲ୍ଳା ସଦର ମହକୁମାର ୧୦ଟି ସ୍ଥାନରେ ଟିକାକରଣ କେନ୍ଦ୍ରସ୍ଥଳର ବ୍ୟବସ୍ଥା କରାଯାଇଥିଲା । ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ସହରର ରିଙ୍ଗରୋଡ୍ ସ୍ଥିତ ୟୁଜିଏମଆଇଟି ଏବଂ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଟିକାକରଣ କେନ୍ଦ୍ରକୁ ଗସ୍ତକରି ଫିତା କାଟି ଏହାର ଶୁଭାରମ୍ଭ କରିବାସହ କେନ୍ଦ୍ରସ୍ଥଳଗୁଡିକର ବ୍ୟବସ୍ଥାକୁ ତଦାରଖ କରିଥିଲେ । ଜିଲ୍ଳାକୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୬ହଜାର ଟିକା ପ୍ରଦାନ କରାଯାଇଥିବା ବେଳେ ଆଜି ପ୍ରଥମ ଦିନରେ ଉପରୋକ୍ତ କେନ୍ଦ୍ରଗୁଡିକରେ ୨ଶହ ଜଣ ଉକ୍ତ ବର୍ଗର ପଞ୍ଜିକୃତ ବ୍ୟକ୍ତିଙ୍କୁ ମିଶାଇ ମୋଟ ୨ହଜାରଟି ଟିକାକରଣ କରାଯିବାର ବ୍ୟବସ୍ଥା କରାଯାଇଥିଲା । ସେହିପରି ଆଗାମୀ ଦୁଇ ଦିନ ଧରି ୨ହଜାର ଲେଖାଁଏ ପଞ୍ଜିକୃତ ବ୍ୟକ୍ତିଙ୍କୁ ଟିକାକରଣ କରାଯିବା ନେଇ ଜିଲ୍ଳାପାଳ ଶ୍ରୀ ମିଶ୍ର ସୂଚନା ପ୍ରଦାନ କରିଛନ୍ତି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପିଡି-ଡିଆରଡିଏ ମହେଶ୍ୱର ନାୟକ, ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ,ସିଡିଏମଓ ଡାକ୍ତର ଆର୍ତ୍ତବନ୍ଧୁ ନାୟକ, ଏଡିଏମଓ ଡାକ୍ତର ଶ୍ରୀ ରଏ, ଡିପିଏମ ରାଜେଶ୍ୱର ପଟ୍ଟନାୟକ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ପୈାର ନିର୍ବାହୀ ଅଧିକାରୀ ୟାସିଦ ବିଲାଲ ଅହମ୍ମଦଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।