ଆରସି ସାମନ୍ତରାୟ ମହାବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ

0 302

ସୋମବାର ଅପରାହ୍ନରେ ଗଣିଆ ବ୍ଳକ୍‌ ଅନ୍ତର୍ଗତ ଆରସି ସାମନ୍ତରାୟ ବିଜ୍ଞାନ ଓ କଳା ମହାବିଦ୍ୟାଳୟର ସଭା ଗୃହରେ ଶିକ୍ଷକ-ଅଭିବାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମଳୟ କୁମାର ପଣ୍ଡାଙ୍କ ଆବାହନ ଏବଂ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଝାଡଶ୍ୱର ପାଣିଗ୍ରାହୀ, ଜିଓଲୋଜି ବିଭାଗର ମୁଖ୍ୟ ରମାକାନ୍ତ ବେହେରା, ଓଡ଼ିଆ ବିଭାଗର ମୁଖ୍ୟ ଜିତେନ ପାଣିଗ୍ରାହୀ, କେମେଷ୍ଟ୍ରି ବିଭାଗର ମୁଖ୍ୟ ସୋମନାଥ ମନ୍ତ୍ରୀ, ଫିଜିକ୍ସ ବିଭାଗର ମୁଖ୍ୟ ବିଜୟ କୁମାର ଦାସ ମଞ୍ଚାସୀନ ଥିଲେ । ଉକ୍ତ ସଭାରେ ବିଜ୍ଞାନ ଓ କଳାରେ ପ୍ରଥମ ବର୍ଷରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଅଭିବାବକ ଯୋଗ ଦେଇଥିଲେ । ଏହି ଶିକ୍ଷକ-ଅଭିବାବକ ସମ୍ମିଳନୀରେ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଉପସ୍ଥିତ ରହି ଗଣତାନ୍ତ୍ରିକ ପଦ୍ଧତିରେ ମହାବିଦ୍ୟାଳୟର ଉନ୍ନତିରେ କର୍ଣ୍ଣଧର ସାଜିଥିବାରୁ ଅଧ୍ୟକ୍ଷଙ୍କୁ ସାଧୁବାଦ ଜଣାଇଥିଲେ ଅଭିବାବକ । ଏହି ସମ୍ମିଳନୀରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା ସମ୍ବନ୍ଧୀୟ ଆଲୋଚନା ଓ ଫଳାଫଳ ଉପରେ ଆଲୋକପାତ କରାଯାଇଥିଲା । ପୂର୍ବରୁ ଗୁରୁ ଶିଷ୍ୟ ପରମ୍ପରାକୁ ବଜାଇ ରଖିବା ସହିତ ଜଣେ ଜଣେ ଉତ୍ତମ ଛାତ୍ରଛାତ୍ରୀ ହେବା ପାଇଁ ସଦାସର୍ବଦା ଚେଷ୍ଟିତ ହେଲେ ପ୍ରକୃତ ଶିକ୍ଷା ସହ ଉତ୍ତମ ସଂସ୍କୃତି ସଂପନ୍ନ ହେବା ପାଇଁ ସଦାସର୍ବଦା ଶିକ୍ଷା ଦେବା ପାଇଁ ଶିକ୍ଷକ ଓ ଅଭିଭାବକ ମାନଙ୍କୁ ଉପଦେଶ ଦେଇଥିଲେ କଲେଜର ଅଧକ୍ଷ ଶ୍ରୀଯୁକ୍ତ ପଣ୍ଡା । ଅଧ୍ୟକ୍ଷ ଯେଉଁଦିନ ଠାରୁ କଲେଜର ଅଧ୍ୟକ୍ଷ ଆସନରେ ଅପନିବେଶ ହୋଇଛନ୍ତି ସେହି ଦିନ ଠାରୁ କଲେଜର ଉନ୍ନତି ହେବା ସହିତ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢିବା ସହିତ ଭଲ ଫଳାଫଳ ହୋଇ ଆସୁଥିବା ଉପସ୍ଥିତ ଅଭିଭାବକମାନେ ମତବ୍ୟକ୍ତ କରିଥିଲେ । ସେଥିପାଇଁ ପରିଶେଷରେ ସମସ୍ତ ଅଭିଭାବକ କଲେଜର ଅଧକ୍ଷଙ୍କ ଦୀର୍ଘାୟୁ କାମନା କରିଥିଲେ ।

hiranchal ad1
Leave A Reply

Your email address will not be published.

twenty − 1 =