ଅଧ୍ୟାପକଙ୍କୁ ରେଡକ୍ରସର ସର୍ବୋଚ୍ଚ ଜାତୀୟ ପୁରସ୍କାର

0 141

ବୌଦ୍ଧ : ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ତଥା ଯୁବ ରେଡକ୍ରସର ଜିଲ୍ଲା ସମ୍ପାଦକ ପ୍ରବୀର କୁମାର ଦାସଙ୍କୁ ୨୦୧୯-୨୦ ବର୍ଷ ପାଇଁ ତାଙ୍କର ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଭାରତୀୟ ରେଡକ୍ରସ ତରଫରୁ ସର୍ବୋଚ୍ଚ ମେରିଟ ଆୱାର୍ଡ ପୁରସ୍କାର ପ୍ରଦାନ କରାଯାଇଛି । କରୋନା ପାଇଁ ଦିଲ୍ଲୀରେ କାର୍ଯ୍ୟକ୍ରମ ବାତିଲ ହେବାରୁ ଭାରତର ରାଷ୍ଟ୍ରପତିଙ୍କ ତରଫରୁ ଓଡିଶାର ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଦୀର୍ଘ ୨୦ ବର୍ଷ ଧରି ତାଙ୍କର ଏହି ସେବା କାର୍ଯ୍ୟ ପାଇଁ ଭାରତର ୬ ଜଣଙ୍କ ମଧ୍ୟରୁ ସେ ମନୋନୀତ ହୋଇ ଏହି ସାମ୍ମନ ପାଇଛନ୍ତି । ସେ କରୋନା ସମୟରେ ନିଜ ଗାଡିରେ କରୋନା ରଥ ବାହାର କରି ବହୁ ଲୋକଙ୍କର ଜୀବନ ରକ୍ଷା କରି ଥିଲେ । ସେ ମଧ୍ୟ ନିଜେ ୧୦୦ରୁ ଉଦ୍ଧ୍ୱର୍ ରକ୍ତଦାନ କରି ଅନେକଙ୍କର ଜୀବନ ବଂଚେଇଛନ୍ତି । ରେଡକ୍ରସର ଆଜୀବନ ସଦସ୍ୟ ଭାବରେ ଏହି ଜାତୀୟ ସ୍ତରର ପୁରସ୍କାର ପାଇଥିବାରୁ ଜିଲ୍ଲା ଏବଂ ରାଜ୍ୟର ସ୍ୱେଚ୍ଛାସେବୀ ମହଲରେ ଆନନ୍ଦ ଖେଳିଯାଇଛି । ସେଥିପାଇଁ ରାଜ୍ୟ ରେଡକ୍ରସର ସଚିବ ସି ଟିମ୍‌ ସୁଗୁଣା, ବୌଦ୍ଧ ଜିଲ୍ଲାପାଳ,ଉପଜିଲ୍ଲାପାଳ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

3 × two =