ରିଲ୍ସ୍ ଏଣ୍ଡ ରିଲ୍ସ ଓ ଷ୍ଟୁଡିଓ ୩୬୫

0 56

ବରଗଡ : ବଡ଼ ସହରର କଳାକାର ପାଖରେ ପର୍ଯ୍ୟାପ୍ତ ସୁଯୋଗ ରହିଛି, ହେଲେ ଗ୍ରାମାଞ୍ଚଳର ପ୍ରତିଭା ବଣମଲ୍ଲି ବଣରେ ଫୁଟି ମଉଳି ଯାଉଛି, ସେହି ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବ ରିଲ୍ସ୍ ଏଣ୍ଡ ରିଲ୍ସ ଓ ଷ୍ଟୁଡିଓ ୩୬୫ ବୋଲି ଆଜି ବରଗଡ ହୋଟେଲ ଗଣପତି ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି କର୍ମକର୍ତ୍ତା ମାନେ। ଆଜି ଏହି ସାମ୍ବାଦିକ ସମ୍ମିଳନୀ କୁ ସମ୍ବୋଧିତ କରି ରିଲ୍ସ ଏଣ୍ଡ ରିଲ୍ସ ର ପ୍ରତିଷ୍ଠାତା ସ୍ଥିତ ପଟ୍ଟନାୟକ ଓ ଷ୍ଟୁଡିଓ ୩୬୫ ର ପ୍ରତିଷ୍ଠାତା କେ.ତମନ୍ନା କହିଥିଲେ ଯେ ବଡ ସହରର କଳାକାର ମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ସେମାନଙ୍କ କଳା ପ୍ରଦର୍ଶନ କରିବା ପାଇଁ ଏବଂ ପ୍ରୋତ୍ସାହନ ପାଇବା ପାଇଁ ତଥା ପୁରସ୍କୃତ ହେବା ପାଇଁ । କିନ୍ତୁ ଠିକ୍ ସେହି ସମୟରେ ଗ୍ରାମାଞ୍ଚଳର ପୁରପଲ୍ଲୀରେ ଥିବା କଳାକାର ମାନେ ସେତିକି ପର୍ଯ୍ୟାପ୍ତ ସୁଯୋଗ ପାଇପାରୁ ନାହାନ୍ତି । ଅବଶ୍ୟ ଆଜିକାଲି ୟୁଟ୍ୟୁବ ମାଧ୍ୟମରେ ନିଜର ପ୍ରତିଭାକୁ କିଛି କଳାକାର ପ୍ରଦର୍ଶିତ କରି ସୁନାମ ଅର୍ଜ୍ଜନ କରିଛନ୍ତି କିନ୍ତୁ ତାହା ପର୍ଯ୍ୟାପ୍ତ ନୁହଁ। ଏହି ଲୁକ୍କାୟିତ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବ ରିଲ୍ସ୍ ଏଣ୍ଡ ରିଲ୍ସ ଓ ଷ୍ଟୁଡିଓ ୩୬୫ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ସେ କହିଥିଲେ ପ୍ରଥମ ସୋପାନ ରେ ରାଜ୍ୟ ରେ ଟିଭି ଓ ଡିଜିଟାଲ ମିଡ଼ିଆରେ ନିଜର କଳାକାରରିତା ଦେଖାଉଥିବା ଓଡ଼ିଆ ଓ ସମ୍ବଲପୁରୀ କଳାକାର ମାନଙ୍କୁ ସମ୍ମାନିତ କରିବା ପାଇଁ ତାଙ୍କ ପକ୍ଷରୁ ଆଗାମୀ ଅକ୍ଟୋବର ୧୪ ତାରିଖ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଏକ ଏକସେଲେନ୍ସ ଏୱାର୍ଡ ସମାରୋହର ଆୟୋଜନ କରାଯାଉଛି। ଏଥିରେ ବହୁ ନାମୀ ଦାମୀ ସିନେ ଜଗତର, ଟିଭି ଜଗତ ଓ ଡିଜିଟାଲ ମିଡ଼ିଆର କଳାକାର ଓ ଟେକ୍ନିସିଏନ ମାନେ ଉପସ୍ଥିତ ରହିବେ । ଟିଭି ଓ ଡିଜିଟାଲ ମିଡ଼ିଆ ର କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କରାଯାଉଥିବା ଏହି ପ୍ରୟାସରେ ଏହି ମିଡିଆରେ କାମ କରୁଥିବା ସମସ୍ତ କଳାକାର, ପ୍ରଯୋଜକ, ଚ୍ୟାନେଲ୍‌ ଏବଂ କଣ୍ଟେଣ୍ଟ କ୍ରିଏଟର ମାନଙ୍କୁ ନିଜର ମୋବାଇଲ ନମ୍ବର ୯୬୯୨୮୬୯୯୦୨ ରେ ଅଥବା ମେଲ ଆଇଡି [email protected] ରେ ପଠାଇବା ପାଇଁ ଅନୁରୋଧ କରାଯାଇଛି । ପଠାଇବାର ଶେଷ ତାରିଖ ସେପ୍ଟେମ୍ବର ୩୦ ତାରିଖ ରଖାଯାଇଛି । ଶେଷ କିଛି ବର୍ଷ ହେବ ପଶ୍ଚିମ ଓଡିଶା ରେ ଡିଜିଟାଲ୍ ମିଡିଆର ଅଦ୍ଭୁତ ପୂର୍ବ ସଫଳତା ପାଇଁ ସମ୍ବଲପୁରୀ ଭାଷା ପାଇଁ କିଛି ସ୍ୱତନ୍ତ୍ର କ୍ୟାଟେଗୋରି ନୋମିନେସନ୍ ରେ ରଖାଯାଇଅଛି I ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ପଶ୍ଚିମ ଓଡ଼ିଶା ପ୍ରଯୋଜକ ସଂଘର ସଭାପତି ସୁଧୀର ଆଚାର୍ଯ୍ୟ, କେ ଏନ ପ୍ରଡକ୍ସନର ପ୍ରଯୋଜକ କେଦାରନାଥ ଥାନାପତି, ଶିଶୁପାଳ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

13 − eleven =