ନୂଆଗାଁ-ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ (ଯୁକ୍ତ୨) ପରୀକ୍ଷାଫଳ ବୁଧବାର ଅପରାହ୍ଣରେ ପ୍ରକାଶ ପାଇଛି। ଗୋଟିଏ ସମୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ବାହାରିଛି। ନୂଆଗାଁ ବ୍ଲକ ର ୪ ଗୋଟି ଅନୁଷ୍ଠାନ ମଧ୍ୟରେ ଯୁକ୍ତ ୨ କଳା, ବିଜ୍ଞାନ ଚଳିତ ବର୍ଷ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୧୯୬ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ସ୍ଥାନରେ ୫୩ ,ଦ୍ବିତୀୟ ସ୍ଥାନରେ ୨୮ ,ତୃତୀୟ ସ୍ଥାନରେ ୯୨ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୩ ଛାତ୍ର ଛାତ୍ରୀ ଫେଲ ହୋଇଛନ୍ତି ।ପ୍ରଥମ ସ୍ଥାନରେ ଶୁଭଶ୍ରୀ ପଢିଆରୀ ୫୨୩ ରଖି କଲେଜ ଟପର ହୋଇଛନ୍ତି । ସେହିପରି ଦଧିବାମନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ବହାଡଝୋଲା ୧୪୧ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ସ୍ଥାନରେ ୨୨ ,ଦିତୀୟ ସ୍ଥାନରେ ୧୫ ,ତୃତୀୟ ସ୍ଥାନରେ ୬୩ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୪୧ ଛାତ୍ର ଛାତ୍ରୀ ଫେଲ ହୋଇଛନ୍ତି। ପ୍ରଥମ ସ୍ଥାନରେ ରାଜେନ୍ଦ୍ର କୁମାର ସାହୁ ୫୧୬ ରଖି କଲେଜ ଟପର ହୋଇଛନ୍ତି । ଗତିସ୍ଵାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ମଳିଶହୀ ଉଭୟ କଳା ଓ ବିଜ୍ଞାନ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । କଳାରେ ୨୪୨ ଓ ବିଜ୍ଞାନରେ ୮୫ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । କଳା ରେ ପ୍ରଥମ ସ୍ଥାନରେ ୩୫ ,ଦିତୀୟ ସ୍ଥାନରେ ୪୭ ,ତୃତୀୟ ସ୍ଥାନରେ ୧୦୫ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ୫୫ ଛାତ୍ର ଛାତ୍ରୀ ଫେଲ ହୋଇଛନ୍ତି ।ଅନୁପସ୍ଥିତ ୦୬ ରହିଥିଲେ । ପ୍ରଥମ ସ୍ଥାନରେ ସୁଧୀର ପ୍ରଧାନ ୫୧୧ ରଖି କଲେଜ ଟପର ହୋଇଛନ୍ତି । ସମୁଦାୟ ପାସ ହାର ୭୭.୩ % ହୋଇଅଛି । ସେହିପରି ବିଜ୍ଞାନରେ ପ୍ରଥମ ସ୍ଥାନରେ ୪୬ ,ଦିତୀୟ ସ୍ଥାନରେ ୨୬ ,ତୃତୀୟ ସ୍ଥାନରେ ୦୬ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୦୬ ଛାତ୍ର ଛାତ୍ରୀ ଫେଲ ହୋଇଛନ୍ତି ।ସମୁଦାୟ ପାସ ହାର ୯୨.୮ % ହୋଇଅଛି ।ପ୍ରଥମ ସ୍ଥାନରେ ଶୁଭ ପ୍ରସାଦ ସାହୁ ୪୯୯ ରଖି କଲେଜ ଟପର ହୋଇଛନ୍ତି ।ଶୁଭଶ୍ରୀ ପଢିଆରୀ ୫୨୩ ରଖି ବ୍ଲକ ଟପର ହୋଇଛନ୍ତି ।
