ଆର୍‌ଆଇ ପରୀକ୍ଷା ଦେବାରୁ ଶତାଧିକ ପରୀକ୍ଷାର୍ଥୀ ବଞ୍ଚିତ

0 302

ଭୁବନେଶ୍ୱର: ରାଜ୍ୟରେ ଅନୁଷ୍ଠିତ ହେଉଥିବା ଆରଆଇ ପରୀକ୍ଷାରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି । ଓଏସଏସଏସସି ପକ୍ଷରୁ ଏହି ପରୀକ୍ଷା ଆୟୋଜିତ ହେଉଥିବା ବେଳେ ଶତାଧିକ ପରୀକ୍ଷାର୍ଥୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆଡମିଟ କାର୍ଡରେ ଯେଉଁ ପରୀକ୍ଷା ସେଣ୍ଟର ଲେଖାଯାଇଛି ସେଠାରେ ହୋଇନଥିବା କାରଣରୁ ଏଭଳି ବିଭ୍ରାଟ ହୋଇଛି ।ପିଲାଙ୍କ ଆଡମିଟ କାର୍ଡରେ ଟିଟିଲାଗଡ ସରକାରୀ ମହିଳା ମହାବିଦ୍ୟାଳୟ ଲେଖାଯାଇଥିବା ବେଳେ ସେଠାରେ କିନ୍ତୁ ପରୀକ୍ଷା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ । କଲେଜରେ ସେଣ୍ଟର ହୋଇନଥିବା ନେଇ କଲେଜ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ଏହା ସହିତ ପରୀକ୍ଷା ପାଇଁ ଆସିଥିବା ପରୀକ୍ଷାର୍ଥୀଙ୍କୁ ନିରାଶ ହେବାକୁ ପଡିଛି । ଘଟଣା ସ୍ଥଳରେ ଟିଟିଲାଗଡ ଉପଜିଲ୍ଲାପାଳ ପହଞ୍ଚି ପରୀକ୍ଷାର୍ଥୀଙ୍କ ସହିତ ଆଲୋଚନା କରିଛନ୍ତି । ଉପଜିଲ୍ଲାପାଳ କହିଛନ୍ତି ଯେ, ସମସ୍ତ ପରୀକ୍ଷାର୍ଥୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ବସ ଯୋଗେ ବଲାଙ୍ଗୀର ନିଆଯିବ । ସେଠାରେ ସେମାନେ ଦିନ ୧୨ଟାରେ ପରୀକ୍ଷା ଦେଇପାରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

one × 5 =