ବରଗଡ: ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ପରାଲୋକ ହୋଇଛି । ସେ ୧୯୫୮ମସିହା ଅକ୍ଟୋବର ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ହୋଇଥିଲା । ୧୯୯୫ରେ କଂଗ୍ରେସ ସରକାରରେ ସେ ମନ୍ତୀ ଥିଲେ । ଗତଥର ବିଜେପୁର ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ । ୧୯୯୦ ରେ କଂଗ୍ରେସ ପ୍ରାର୍ଥୀ ଭାବରେ ସେ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ସ୍ୱର୍ଗତ ନିକୁଞ୍ଜ ସିଂ’ଙ୍କଠାରୁ ପରାସ୍ତ ହୋଇଥିଲେ । ସେ କିନ୍ତୁ ୧୯୯୫ ରେ ଏହି ଆସନ ଜିତି ତତ୍କାଳୀନ କଂଗ୍ରେସ ସରକାରରେ ମନ୍ତ୍ରୀ ହୋଇଥିଲେ । ୨୦୦୦ ରେ ପୁନର୍ବାର ସେ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ବିଜେଡିର ଅଶୋକ ପାଣିଗ୍ରାହିଙ୍କଠାରୁ ପରାସ୍ତ ହୋଇଥିଲେ । ପରେ, ସେ ନିଜ ଆସନକୁ ଭାଟଲିରେ ପରିବର୍ତ୍ତନ କରିଥିଲେ କିନ୍ତୁ ୨୦୦୪ ରେ କମ୍ ମାର୍ଜିନରେ ପରାସ୍ତ ହୋଇଥିଲେ ।