ନୂଆ ମଡେଲରେ ହେବ ରାସ୍ତା ନିର୍ମାଣ

0 89

ଭୁବନେଶ୍ୱର: ରାସ୍ତା ନିର୍ମାଣ ଯୋଗୁ ଅଧିକ ପ୍ରଦୂଷଣ ବଢ଼ିଛୁ ସୃଷ୍ଟି ହେଉଛି । ଦେଶରେ ରାସ୍ତା ନିର୍ମାଣକୁ ସରକାର ଫୋକସ୍‌ କରୁଛନ୍ତି । ଭିତ୍ତିଭୂମି  ବିକାଶ ପାଇଁ ଏହା ଜରୁରୀ । କିନ୍ତୁ ରାସ୍ତା ନିର୍ମାଣ ବେଳେ ବାହାରୁଥିବା ଅଙ୍ଗାରକାମ୍ଲକୁ କିଭଳି ହ୍ରାସ କରିହେବ ସେ ନେଇ ଆଇଆର୍‌ସିରେ ଆଜି ଆଲୋଚନା ହୋଇଛି । ଏଥିପାଇଁ ସ୍ୱତନ୍ତ୍ର ନୀତି ଆଣିବା ଉପରେ ବିଚାରବିମର୍ଷ ହୋଇଛି । ରାସ୍ତା ନିର୍ମାଣ ବେଳେ ହେଉଥିବା ଖୋଳାତଡ଼ା, ରାସ୍ତା ନିର୍ମାଣରେ ବ୍ୟବହୃତ  କଂକ୍ରିଟ୍‌ ଓ ପିଚୁ ଭଳି ସାମଗ୍ରୀ ପରିବହନ ଓ ମେସିନ୍‌ ବ୍ୟବହାର ଯୋଗୁ ଅଙ୍ଗାରକାମ୍ଲ  ନିର୍ଗମନ ବଢୁଛି । ନିର୍ମାଣରେ ଶକ୍ତିର  ଉପଯୋଗ ଓ ବାହାରୁଥିବା ବର୍ଜ୍ୟ ଯୋଗୁ ପ୍ରଦୂଷଣ ମାତ୍ରା ବଢ଼ିଚାଲିଛି । ଏହାକୁ  କମ୍‌ କରିବାକୁ ଇଣ୍ଡିଆନ ରୋଡସ୍‌ କଂଗ୍ରେସ(ଆଇଆର୍‌ସି) ଯୋଜନା କରିଛି । ରାସ୍ତା ନିର୍ମାଣରେ କେଉଁ ସାମଗ୍ରୀ ଓ କେତେ ପରିମାଣର ସାମଗ୍ରୀ ବ୍ୟବହାର ହେଉଛି, ତା’ର ତଥ୍ୟ ଏକାଠି କରି ଏହାକୁ କମାଇବାକୁ ପଦକ୍ଷେପ ନିଆଯିବ । ପ୍ରକଳ୍ପ ନିର୍ମାଣରେ ପ୍ରଦୂଷଣ ମାତ୍ରା ୨୦% କମ୍‌ କରିବାକୁ ଯୋଜନା ହୋଇଛି । ଅଙ୍ଗାରକାମ୍ଳ ନିର୍ଗମନ କମାଇବାକୁ ନଡ଼ା ଓ ପାଳ ମିଶାଇ ପିଚୁ ରାସ୍ତା କରିବା ଉପରେ ଜୋର ଦିଆଯାଉଛି । ଏପରିକି ନାଗପୁର-ଜବଲପୁରର ୧ କିମି ରାସ୍ତା ପାଇଲଟ ପ୍ରକଳ୍ପ ଭାବେ ନିର୍ମାଣ ହୋଇଛି । ଓଡ଼ିଶା ଭଳି ରାଜ୍ୟରେ ଯଥେଷ୍ଟ ପରିମାଣରେ ନଡ଼ା ଓ ପାଳ ଉପଲବ୍ଧ ଅଛି । ତେଣୁ ଏହାକୁ ଏଠି ବ୍ୟବହାର କରିବା ନେଇ ହୋଇଛି ମାନସ ମନ୍ଥନ ।

hiring

ଆଇଆରସିର ବାର୍ଷିକ ଅଧିବେଶନର ଦ୍ୱିତୀୟ ଦିନରେ ରାଷ୍ଟ୍ରୀୟ ସଡ଼କ ଗବେଷଣା ବୋର୍ଡର ବୈଠକ ହୋଇଥିଲା । ରାଷ୍ଟ୍ରୀୟ ସଡ଼କ ଗବେଷଣା ବୋର୍ଡର ଅଧ୍ୟକ୍ଷ ଭିକେ ରାଜାୱତ୍‌ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସଚିବ ରାହୁଲ  ଗୁପ୍ତା, ଆଇଆରସି ଅଧ୍ୟକ୍ଷ ପ୍ରଫେସର ମନୋରଞ୍ଜନ ପରିଡ଼ା ଓ ସିଆର୍‌ଆର୍‌ଆଇ  ଅଧିକାରୀମାନେ ଉପସ୍ଥିତ ଥିଲେ । ସଡ଼କ ଗବେଷଣାର ବିକାଶର ଓ ସ୍ଥାୟିତ୍ୱ ବୃଦ୍ଧି ପାଇଁ ବୈଜ୍ଞାନିକ ଗବେଷଣାକୁ କାର୍ଯ୍ୟକାରୀ ପାଇଁ  ବୈଠକରେ ଆଲୋଚନା ହୋଇଥିଲା ।  ଆଇଆରସି ଜର୍ଣ୍ଣାଲ୍‌କୁ ‘ସ୍ପ୍ରିଙ୍ଗର’ ଭଳି ଅନ୍ତର୍ଜାତୀୟ ପ୍ରକାଶନ ମାଧ୍ୟମରେ ପ୍ରକାଶ  କରିବାକୁ ନିଷ୍ପତ୍ତି ହୋଇଛି । ଏହାଦ୍ୱାରା  ଏହି ଜର୍ଣ୍ଣାଲ୍‌କୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିବ । ସଡ଼କ ଗବେଷଣାରେ ପ୍ରତିଯୋଗିତାମୂଳକ ପ୍ରକ୍ରିୟାକୁ ପ୍ରୋତ୍ସାହନ ପାଇଁ ଏସ୍‌ଓପି ଅନୁସାରେ ଖସଡ଼ା ପ୍ରସ୍ତୁତ ପାଇଁ ଆଲୋଚନା ହୋଇଛି ।  ରିକ୍ଲେମଡ୍‌ ଆସ୍ଫାଲଟ୍‌ ପେଭମେଣ୍ଟ ପାଇଁ  ହଟ୍‌ ରିସାଇକେଲ୍ଡ ମିକ୍ସ ଡିଜାଇନ୍‌ ଓ  ରାସ୍ତା ନିର୍ମାଣରେ ଫସଫୋଜିପସମ୍‌ ଅବଶିଷ୍ଟାଂଶକୁ ବିକଳ୍ପ ଓ ସ୍ଥାୟୀ  ଉପାଦାନ ଭାବେ ବ୍ୟବହାର କରିବା  ଉପରେ ମଧ୍ୟ ବିଚାରବିମର୍ଷ ହୋଇଛି । ଆଇଆରସି କୋଡ୍‌ ଆଧାରିତ ଶିକ୍ଷା ପାଠ୍ୟକ୍ରମ ପ୍ରଚଳନ ପାଇଁ ନିଷ୍ପତ୍ତି ହୋଇଛି ।  ଏହା ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବ ବୋଲି କୁହାଯାଇଛି । ସଡ଼କ ପରିବହନ  ଓ ରାଜପଥ ମନ୍ତ୍ରଣାଳୟ, ପୂର୍ତ୍ତ ବିଭାଗ, ବର୍ଡର ରୋଡସ୍‌ ଅର୍ଗାନାଇଜେସନ୍‌,  ଆଇଆଇଟି ଓ ସିଆର୍‌ଆର୍‌ଆଇର  ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

1 × 1 =