ବାଲିଘାଟକୁ ରାସ୍ତା ନିର୍ମାଣକୁ ଅଞ୍ଚଳ ବାସୀଙ୍କ ବିରୋଧ

0 66

ଦେବଗଡ଼ : ବିଭିନ୍ନ ବାଲିଘାଟକୁ ସରକାର ଲିଜ୍ ଦେଇ ରାଜସ୍ୱ ଆଦାୟ କରୁଛନ୍ତି । ବାଲିଘାଟକୁ ଲିଜ୍ ଦେଇ ବାଲି ବ୍ୟବସାୟ ଏବେ ବହୁ ମାତ୍ରାରେ ବୃଦ୍ଧି ପାଇଛି । ବାଲିଘାଟ ଉପରେ ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡିବା ସହ ଏହାକୁ ହାତେଇବାକୁ ଚେଷ୍ଟା କରୁଛନ୍ତି ବାଲି ବ୍ୟବସାୟୀ । ଏହି ବ୍ୟବସାୟ ଦେବଗଡ ଜିଲ୍ଲାରେ ଲୋକୋଲଚନକୁ ଆସିଥିଲା ।ଏବେ ଏହା ଉପରେ ସମସ୍ତଙ୍କ ନଜର। ବାରକୋଟ ବ୍ଲକ୍‌ ଅନ୍ତର୍ଗତ ସିଂହଶାଳ ପାଞ୍ଚାୟତର ଚଟିଆପାଲି ବାଲିଘାଟ ମାଲିକ ନିଜ ସ୍ୱାର୍ଥ ପାଇଁ ନଦୀ ବନ୍ଧକୁ କାଟି ଅନ୍ୟ ଏକ ବାଲି ଘାଟକୁ ରାସ୍ତା ନିର୍ମାଣ କରିଥିବା ଅଭିଯୋଗ ହୋଇଛି । ଲିଜ୍ ଧାରୀ ଜଣଙ୍କୁ ଅନ୍ୟ ଏକ ଘାଟରେ ଲିଜ ମିଳିଥିବାବେଳେ, ବ୍ୟବସାୟୀ ଜଣକ ଅନ୍ୟ ଏକ ଜଗାରେ ନଦୀ ପଠାର ବନ୍ଧକୁ ଜେସିବିରେ କାଟି ରାସ୍ତା ତିଆରି କରିବା ସହ ବନ୍ଧ କଡରୁ ମାଟି ଉଠାଇ ବାଲି ଘାଟକୁ ରାସ୍ତା ତିଆରି କରିଥିବା କୁହାଯାଉଛି ।ତେବେ ଏହାକୁ ନେଇ ଜନସାଧାରଣଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ନିର୍ମାଣ ପୂର୍ବରୁ ଲିଜ୍ ଧାରି ତହସିଲଦାରଙ୍କ ଠାରୁ ଅନୁମତି ପାଇଛନ୍ତି କି ନାହିଁ, ଯଦି ଅନୁମତି ହୋଇଛି ତେବେ ବାଲିଘାଟରେ ଫଳକ ଲାଗି ନାହିଁ କାହିଁକି, ମାଇନିଙ୍ଗ୍ ବିଭାଗ ଏରିଆ ଚିନ୍ହଟ କରିଛନ୍ତି କି ନାହିଁ , ଏଭଳି ବେଆଇନ କାର୍ଯ୍ୟ ପାଇଁ କିଏ ଅନୁମତି ଦେଲା, ନଦୀବନ୍ଧ କାଟି ବାଲି ଘାଟକୁ ରାସ୍ତା ନିର୍ମାଣ କରିବା ଆଇନ ପରିଧିରେ ଅଛିକି ନାହିଁ ବୋଲି ପ୍ରଶ୍ନ ଉଠୁଛି ।।ଅନ୍ୟପଟେ ଅଫଲାଇନ୍‌ ଓ ଅନଲାଇନର ବିନା ଟିପିରେ ବାଲି ଗାଡି ଚାଲୁଥିବାର ମଧ୍ଯ ସୂଚନା ମିଳିଛି ଏବଂ ରାସ୍ତାରେ ବାଲି ଗାଡିରୁ ବହୁ ମାତ୍ରାରେ ପାଣି ନିର୍ଗତ ହୋଇ ରାସ୍ତା ବାରମ୍ବାର ଖରାପ ହେଉଛି। ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବିହେଉଛି ।
ଦେବଗଡ଼ରୁ ବିବେକାନନ୍ଦ ସାହୁଙ୍କ ରିପୋର୍ଟ ହୀରାଞ୍ଚଳ ଲାଇଭ୍ I

hiranchal ad1
Leave A Reply

Your email address will not be published.

sixteen − ten =