ଘରୋଇ ବସ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

0 90

ସମ୍ବଲପୁର:କୋଭିଡ-୧୯ ଯୋଗୁଁ ଗତ ମାର୍ଚ୍ଚ ୨୫ ତାରିଖରୁ ସମଗ୍ର ଦେଶ ଲକଡ଼ାଉନରେ ରହିଛି । ଲକଡାଉନ ଦ୍ୱାରା ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତି ରେ ସମାଜର ସମସ୍ତ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି । ବିମାନ ସେବା ଓ ରେଳ ସେବା ଭଳି ସମସ୍ତ ସରକାରୀ ଓ ଘରୋଇ ବସସେବା ମଧ୍ୟ ବନ୍ଦ ରହିଛି । ସମଗ୍ର ଦେଶ ଓ ରାଜ୍ୟ ଭଳି ସମ୍ବଲପୁରରେ ଘରୋଇ ବସରେ କାର୍ଯ୍ୟରତ ହଜାର ହଜାର ସଂଖ୍ୟକ ଶ୍ରମିକ ମଧ୍ୟ ଏଥିଯୋଗୁଁ ପ୍ରଭାବିତ । ରୋଜଗାର ବନ୍ଦ ହେବା ଫଳରେ ବସ ଚାଳକ, କଣ୍ଡକ୍ଟର, ସହାୟକ ଓ ସଫେଇ କର୍ମଚାରୀ ଆଦି ବର୍ତ୍ତମାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହିପରି ବିଭିନ ୍ନସମସ୍ୟାର ସମାଧାନ ଓ ୬ ଦଫା ଦାବି ନେଇ ଆଜି ଘରୋଇ ବସ କର୍ମଚାରୀ ସଂଘର ପଦାଧିକାରୀ ଓ କର୍ମଚାରୀମାନେ ଆଜି ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଭାଜପା ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ସମସ୍ତ ବିଷୟରେ ଆଲୋଚନା କରି ସେମାନେ ଦାବିପତ୍ର ପ୍ରଦାନ କରିଥିଲେ ।

hiring

ଏହି ଦାବିମାନଙ୍କ ମଧ୍ୟରେ ସେମାନଙ୍କୁ ପରିବହନ ଶ୍ରମିକ ମାନ୍ୟତା ସହ ଶ୍ରମ ବିଭାଗରେ ପଞ୍ଜିକୃତ କରାଯାଉ, କର୍ମଚାରୀଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ପ୍ରଦାନ, ଅନ୍ୟାନ୍ୟ କୋଭିଡ ଯୋଦ୍ଧାଙ୍କ ଭଳି କର୍ମଚାରୀଙ୍କୁ ବୀମା ଭୁକ୍ତ କରାଯାଉ, ତିନି ମାସର କ୍ଷତିପୂରଣ, ବସଷ୍ଟାଣ୍ଡରେ ଏକ ବିଶ୍ରାମ ଗୃହ ନିର୍ମାଣ ଭଳି ଅନେକ ଦାବି ସଂଘ ପକ୍ଷରୁ ଉପସ୍ଥାପନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅନ୍ନପୂର୍ଣ୍ଣା ବାରିକ, କ୍ଷେତ୍ରୀୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଅଶ୍ୱିନୀ ମାଝୀ, ସାକ୍ଷୀ ଗୋପୀନାଥ ମଣ୍ଡଳ ସଭାପତି ସରୋଜ କୁମାର ଘଡାଇ, କର୍ମଚାରୀ ସଂଘ ର ଉପସଭାପତି ମହମ୍ମଦ ସଲିମ ସାଧାରଣ ସମ୍ପାଦକ ସୁବେସ ମୁଣ୍ଡା, କୋଷାଧ୍ୟକ୍ଷ ଧର୍ମୁ ପାଢ଼ୀ, ସହ ସମ୍ପାଦକ ଦେବେନ୍ଦ୍ର ଦେହୁରିଆ ସହିତ ଅନ୍ୟାନ୍ୟ ବସ ଚାଳକ, କଣ୍ଡକ୍ଟର, ସହାୟକ ଓ ସଫେଇ କର୍ମଚାରୀମାନେ ସାମିଲ ରହିଥିଲେ ।

hiranchal ad1
Leave A Reply

Your email address will not be published.

8 + 17 =