ଆରଏସପିରେ ଦୁର୍ଘଟଣା: ଜଣେ ମୃତ

0 74

ରାଉରକେଲା : ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (ଆରଏସ୍‌ପି )ରେ ଆଜି ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ନାଁ ଅମର ପଣ୍ଡା । ଆହତଙ୍କ ନାଁ ସୁଶୀଲ କୁମାର ଦେବ ବୋଲି ପୁଲିସ୍‌ ପ୍ରକାଶ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଉଭୟ ଠିକା କର୍ମଚାରୀ । ସେମାନେ ଗୋମତି କନ୍‌ଷ୍ଟ୍ରକ୍ସନ ଜରିଆରେ ଏଠାରେ କାମ କରୁଥିଲେ । ପ୍ଲାଣ୍ଟର ସିପିସି ୱାନ୍‌ରେ ପ୍ଲେଟ୍‌ ଖସି ପଡିବାରୁ ଏହି ଅଘଟଣ ଘଟିଛି । ଗୁରୁତର ଭାବେ ଆହତ ସୁଶୀଲ କୁମାର ଦେବଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି ।

hiranchal ad1
Leave A Reply

Your email address will not be published.

thirteen + twenty =