ଜାଣନ୍ତୁ ୠଷ-ୟୁକ୍ରେନ ଯୁଦ୍ଧ ବିଷୟରେ କିଛି ବଡ କଥା

0 184

ନୂଆଦିଲ୍ଲୀ : ବିଶ୍ୱ ଯାହା ଆଶଙ୍କା କରୁଥିଲା, ତାହା ଘଟିଲା । ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଛି । ପ୍ରଥମେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହା ଘୋଷଣା କରିଛନ୍ତି । ପରେ ଜଣେ ୟୁକ୍ରେନ ମନ୍ତ୍ରୀ ଏହି ଆକ୍ରମଣକୁ ନିଶ୍ଚିତ କରିଥିଲେ । ଏଥି ସହିତ ପୁଟିନ ଆମେରିକାକୁ ଏହି ପୂରା ଏପିସୋଡରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । ଯଦି ଆମେରିକା ଏଥିରେ ହସ୍ତକ୍ଷେପ କରେ ତେବେ ପରିଣାମ ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ଏଥି ସହିତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁରା ଘଟଣା ଉପରେ ନଜର ରଖିଛନ୍ତି । ଏକ ବିବୃତ୍ତିରେ ସେ କହିଛନ୍ତି ଯେ ଆମେରିକା ଏବଂ ସହଯୋଗୀମାନେ ମିଳିତ ଭାବେ ଋଷ ବିରୋଧରେ ଅଧିକ କଟକଣା ଲାଗୁ କରିବେ ।
ଆସନ୍ତୁ ଜାଣିବା ୠଷ-ୟୁକ୍ରେନ ଯୁଦ୍ଧ ବିଷୟରେ କିଛି ବଡ କଥା
୧. ଋଷ ସାମରିକ ଆକ୍ରମଣ ଆରମ୍ଭ କରିବା ପରେ, ୟୁକ୍‌ରେନର ରାଷ୍ଟ୍ରପତି ଦେଶରେ ‘ସାମରିକ ଆଇନ’ ଘୋଷଣା କରିଥିଲେ ଏବଂ ନାଗରିକମାନଙ୍କୁ ଭୟଭୀତ ନହେବାକୁ ଅନୁରୋଧ କରିଥିଲେ ।
୨. ୠଷ ସୈନ୍ୟବାହିନୀ କହିଛି ଯେ ଏହା ୟୁକ୍ରେନ ବିମାନବନ୍ଦର ଏବଂ ଅନ୍ୟାନ୍ୟ ସାମରିକ ସମ୍ପତ୍ତିକୁ ଟାର୍ଗେଟ କରିଛି । ଜନବହୁଳ ଅଞ୍ଚଳଗୁଡିକ ଟାର୍ଗେଟ କରାଯାଇ ନାହିଁ । ଆପଣଙ୍କୁ କହିରଖୁଛୁ ଯେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବାର ଘୋଷଣା ମଧ୍ୟରେ ୟୁକ୍ରେନର ଓଡେସା ଏବଂ ଖାର୍କିଭ ସହରରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି ।
୩. ମିଳିତ ଜାତିସଂଘରେ ୟୁକ୍ରେନର ରାଷ୍ଟ୍ରଦୂତ ସର୍ଗି କିସଲିସିଆ ସୁରକ୍ଷା ପରିଷଦକୁ କହିଛନ୍ତି ଯେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି । ଏଥିସହ ସେ ଋଷର ପ୍ରତିପକ୍ଷଙ୍କ ଉପରେ ଚାପ ପକାଇ କହିଛନ୍ତି ଯେ ଋଷ ୟୁକ୍ରେନର ସହରଗୁଡ଼ିକୁ ଗୁଳି ଚଳାଇବ ନାହିଁ ।
୪. ସାଧାରଣ ନାଗରିକଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ଏକ ସାମରିକ ଅପରେସନ ଘୋଷଣା କରିଛନ୍ତି । ପୁଟିନ ଏକ ଟେଲିଭିଜନରେ କହିଛନ୍ତି ଯେ ୟୁକ୍ରେନ ଦ୍ୱାରା ଦିଆଯାଇଥିବା ଧମକକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସେ କହିଛନ୍ତି ଯେ ଋଷ ୟୁକ୍ରେନକୁ ଦଖଲ କରିବାକୁ ଲକ୍ଷ୍ୟ ରଖି ନାହିଁ ଏବଂ ଏହି ରକ୍ତପାତ ପାଇଁ ୟୁକ୍ରେନ ଶାସନ ଦାୟୀ ରହିବ ।
୫. ପୁଟିନ ଅନ୍ୟ ଦେଶମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ଋଷର କାର୍ଯ୍ୟରେ ହସ୍ତକ୍ଷେପ କଲେ ପରିଣାଣ ଭୟଙ୍କର ହେବ, ଯାହା ଆଗରୁ କେବେ ବିଶ୍ୱ ଦେଖିନଥିବ ।
୬. ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶାନ୍ତି ପାଇଁ ନିବେଦନ କରିଛନ୍ତି । ରାଷ୍ଟ୍ରକୁ ସମ୍ବୋଧିତ କରି ଜେଲେନସ୍କି ଏହା ମଧ୍ୟ କହିଛନ୍ତି ଯେ ସେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ କ୍ରେମଲିନ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।
୭. ସେ କହିଛନ୍ତି ଯେ ଋଷର ଆକ୍ରମଣ ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ପ୍ରଭାବିତ ହେବ । ୟୁକ୍ରେନରେ ଦେଶବ୍ୟାପୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବାର କିଛି ଘଣ୍ଟା ପରେ ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନବାସୀ ଏବଂ ୟୁକ୍ରେନ ସରକାର ଶାନ୍ତି ଚାହୁଁଛନ୍ତି, କିନ୍ତୁ ଯଦି ଦେଶ ଉପରେ ଆକ୍ରମଣ ହୁଏ ତେବେ ଆମେ ଯୁଦ୍ଧ କରିବୁ ।

hiranchal ad1
Leave A Reply

Your email address will not be published.

4 × 1 =