ପୁଣି ରାୟଗଡ ଜିଲ୍ଲା ଅବକାରୀ ବିଭାଗରେ କେଳେଙ୍କାରୀ ଅଭିଯୋଗ

0 84

ରାୟଗଡ/୫/୯/୨୧; ପୁଣି ରାୟଗଡ ଜିଲ୍ଳା ଅବକାରୀ ବିଭାଗରେ କେଳାଙ୍କାରୀ ଅଭିଯୋଗ । ଏବେ ରାୟଗଡ ଜିଲ୍ଳାରେ ଅବକାରୀ ରାଜସ୍ୱ ଲକ୍ଷ୍ୟ ଧାର୍ଯ୍ୟ ନାମରେ ଜଣେ ନିର୍ଦ୍ଧିଷ୍ଟ ମଦ ବ୍ୟବସାୟୀଙ୍କୁ ଅହେତୁକ ଅନୁଗ୍ରହ ଦେଖାଇ ସମସ୍ତ ଅବକାରୀ ଆଇନକୁ ଉଲଂଘନ କରି ଗୁଣପୁର ପୈାରାଚଂଳର ମରାଠିଗୁଡା,ଟିକିରିର ଡଙ୍ଗାସିଲ ରୋଡ ଏବଂ ରାୟଗଡ ପୈାରାଂଚଳର କପିଳାଶ ରୋଡରେ ୩ଟି ବିଦେଶୀ ଠିପି ଖୋଲା ମଦଦୋକାନ (ବାର) ଖୋଲିବା ପାଇଁ ରାୟଗଡ ଜିଲ୍ଳା ପ୍ରଶାସନ ଓ ଜିଲ୍ଳା ଅବକାରୀ ବିଭାଗର ତତ୍କାଳୀନ ନିଲମ୍ବିତ ଅଧୀକ୍ଷକ ଅବକାରୀ କମିଶନକୁ ସୁପାରିଶ କରିଛନ୍ତି । ଏଥିରେ ଲକ୍ଷ ଲକ୍ଷ ଟଙ୍କାର ଡିଲ୍‌ କରାଯାଇଥିବା ବେଳେ ଜିଲ୍ଳାପାଳ,ଅବକାରୀ ଅଧୀକ୍ଷକ,ଅବକାରୀ ନିରୀକ୍ଷକ,ଅବକାରୀ ସବଇନ୍ସପେକ୍ଟର,କଟକ ସ୍ଥିତ ଡେପୁଟି କମିଶନର,ଜିଲ୍ଳାର ଶାସକ ଦଳର ନେତା,ବିଧାୟକ,ରାଜ୍ୟସଭା ସାଂସଦ ଓ ମନ୍ତ୍ରୀଙ୍କ ସଂପୃକ୍ତ ରହିଛି । ତେଣୁ ଉକ୍ତ ୩ଟି ବାର ଖୋଲିବା ନିମନ୍ତେ ପ୍ରଦାନ କରାଯାଇଥିବା ସମସ୍ତ ଜାଲିଆତି ନଥିପତ୍ରକୁ ଯାଂଚ କରି ଲାଇସେନ୍ସକୁ ରଦ୍ଧ କରି ଏଥିରେ ସଂପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ ଦୃୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୋକାନଗୁଡିକର ଲାଇସେନ୍ସ ରଦ୍ଧ କରିବା ପାଇଁ ଦାବି କରୁଛୁ ବୋଲି ଆଜି ରାୟଗଡ ଜିଲ୍ଳା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଳା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ପ୍ରକାଶ କରିବା ସହ ୧୫ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହ ବିକ୍‌ଷୋଭ ପ୍ରଦର୍ଶନ କରାଯିବ ବୋଲି କହିଛନ୍ତି । ରାୟଗଡ ଜିଲ୍ଳାର ମଦ ବ୍ୟବସାୟୀ ହରିଶ୍ଚନ୍ଦ୍ର ମହାନ୍ତି ଅବକାରୀ ବିଭାଗରେ ଲକ୍ଷ ଲକ୍ଷ ଟଙ୍କା ଅବକାରୀ ଶୁଳ୍କ ବାକି ଥିବା ସତ୍‌ୱେ ଚଂଚକତା କରି ନିଜ ପତ୍ନୀ ସୁଜାତା ମଂଜରୀ ପତି,ବାପା ସତ୍ୟବାଦୀ,ନ୍ୟିୁ କଲୋନୀ ରାୟଗଡର ଠିକଣା ଦେଇ ଗୁଣପୁର,ଟିକିରି ଓ ରାୟଗଡରେ ୩ଟି ମଦ ବାର ଖୋଲିବା ପାଇଁ ଆବେଦନ କରିଛନ୍ତି ବୋଲି ସଭାପତି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । ଏଥିସହ ମଦ ବ୍ୟବସାୟୀ ଶ୍ରୀ ମହାନ୍ତି ଗତ ୨୩ବର୍ଷ ତଳେ ବିବାହ କରି ଭୁବନେଶ୍ୱର ବିମାନବନ୍ଦର ଅଂଚଳରେ ରହୁଥିବା ବେଳେ ପତ୍ନୀଙ୍କ ଠିକଣାରେ ନିଜ ନାମ ନ ଲେଖି ଶ୍ୱଶୁରଙ୍କ ନାମ ଦର୍ଶାଇ ଅବକାରୀ ଆଇନ-୨୦୧୭ ଧାରା ୧୪୯କୁ ଉଲଂଘନ କରି ୋକାନ ହାତେଇବା ନିମନ୍ତେ ଯୋଜନା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଯେଉଁ ବ୍ୟକ୍ତି ଲକ୍ଷାଧିକ ଟଙ୍କାର ଅବକାରୀ ଶୁଳ୍କ ବାକି ରଖିଥିବେ ସେ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କ ନାମରେ ନୂତନ ଲାଇସେନ୍ସ ନ ଦେବା ଅବକାରୀ ନିୟମ ରହିଥିଲେ ମଧ୍ୟ ତତ୍କାଳୀନ ଅବକାରୀ ଅଧୀକ୍ଷକ ଓ ଜିଲ୍ଳାପାଳ କିଭଳି ଭାବେ ଲାଇସେନ୍ସ ପ୍ରଦାନ ନିମନ୍ତେ ସୁପାରିଶ କରିଛନ୍ତି ତାହାର ଉଚ୍‌ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଶ୍ରୀ ପଣ୍ଡା । ଗୁଣପୁର ସ୍ଥିତ ମରାଠିଗୁଡା ଠାରେ ମଲବାର ନାମରେ ମଦ ବାର ଖୋଲିବା ପାଇଁ ଜିଲ୍ଳାପାଳଙ୍କ ଫର୍ମ-ଏ ନୋଟିସକୁ ଗୁପ୍ତ ରଖାଯାଇ ଆପତି ଅଭିଯୋଗର ସମୟ ସୀମା ୧୫ଦିନ ମଧ୍ୟରେ ଉକ୍ତ ଫାଇଲଟିକୁ ଜିଲ୍ଳା ଅବକାରୀ କାର୍ଯ୍ୟାଳୟରୁ ଆରମ୍ଭ କରି ଅବକାରୀ ମନ୍ତ୍ରୀଙ୍କ ଠାରେ ଅନୁମୋଦନ କରାଗଲା । ଏଥିରେ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟର ଡେପୁଟି କମିଶନରଙ୍କ ସଂପୃକ୍ତି ରହିଛି ତେଣୁ ପ୍ରଦାନ କରାଯାଇଥିବା ସମସ୍ତ କାଗଜପତ୍ର,ତଥ୍ୟ ସଂପୂର୍ଣ୍ଣ ଭାବେ ମିଥ୍ୟା ଓ ଜାଲିଆତି ହୋଇଛି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିବା ସହ ଗୁଣପୁର ଅବକାରୀ ନିରୀକ୍ଷକଙ୍କୁ ଚାପ ପକାଇ ସମସ୍ତ ନଥିପତ୍ର ପ୍ରସ୍ତୁତ ହୋଇଥିବା ଅଭିଯୋଗ ହୋଇଛି । ସେହିପରି କାଶିପୁର ବ୍ଳକ ଅନ୍ତର୍ଗତ ଟିକିରି ଡଙ୍ଗାସିଲି ରୋଡରେ ମଧ୍ୟ ହୋଟେଲ ବ୍ଳୁ ମୁନ୍‌ ରେଷ୍ଟୁରାଂଟ ଏବଂ ରାୟଗଡ ପୈାରାଂଚଳର ୧୩ନମ୍ବର ୱାର୍ଡର ଭିଆଇପି ରୋଡ କୁହାଯାଉଥିବା କପିଳାସ ରୋଡରେ ଡେ ଡ୍ରିମ୍‌ ରେଷ୍ଟୁରାଂଟ ଚାଲୁ ଥିବା ଦର୍ଶାଇ ମିଥ୍ୟା ରିପୋର୍ଟ ପ୍ରଦାନ କରିଛନ୍ତି । ତତ୍କାଳୀନ ନିଲମ୍ବିତ ଅବକାରୀ ଅଧୀକ୍ଷକ ପ୍ରଶନ୍ନ କୁମାର ନାୟକ,ମଦ ବ୍ୟବସାୟୀ ହରି ମହାନ୍ତି ରାୟଗଡ ଅବକାରୀ ନିରୀକ୍ଷକଙ୍କୁ ଚାପ ପକାଇ ଉକ୍ତ ଦୁଇଟି ବାର ପାଇଁ ଜାଲ ଓ ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଳାପାଳଙ୍କ ଠାରେ ଦାଖଲ କରି ଅବକାରୀ କମିଶନରଙ୍କୁ ସୁପାରିଶ କରିଥିବା ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । ବର୍ତମାନ ଗତ ମାର୍ଚ୍ଚ ମାସରେ ମରାଠିଗୁଡା ମଦ ବାର ପାଇଁ ଜିଲ୍ଳାପାଳ ଲାଇସେନ୍ସ ଦେଇଥିବା ବେଳେ ଟିକିରି ମଦ ବାର ଫାଇଲ ଅବକାରୀ ମନ୍ତ୍ରୀଙ୍କ ଠାରେ ଅନୁମୋଦନ ନିମନ୍ତେ ରହିଛି ଏବଂ ରାୟଗଡ କପିଳାଶ ରୋଡ ଫାଇଲ ଅବକାରୀ କମିଶନରଙ୍କ ପାଖେ ରହିଛି । ବେନିୟମ,ଜାଲିଆତି କରି ଜିଲ୍ଳାପାଳ ସୁପାରିଶ କରିଥିବା ଗୁଣପୁର ମାଲବାର ରେଷ୍ଟୁରାଂଟ ବାର ଲାଇସେନ୍ସକୁ ରଦ୍ଧ କରିବା ସହ ରାୟଗଡ ଓ ଟିକିରି ପାଇଁ ଲାଇସେନ୍ସ ପ୍ରଦାନ ନ କରି ଉଚ୍‌ଚ ସ୍ତରୀୟ ତଦନ୍ତ କରିବା ପାଇଁ ଜିଲ୍ଳା କଂଗ୍ରେସ କମିଟି ଦାବି କରିଛି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ରାୟଗଡ ବିଧାୟକ ପ୍ରାର୍ଥୀ ଆପଲାସ୍ୱାମୀ କାଡ୍ରକା,ଜିଲ୍ଳା ସାଧାରଣ ସଂପାଦକ ପାର୍ଥ ବର୍ଦ୍ଧନ, ରାଜ୍ୟ ସୋସିଆଲ ମିଡିଆ ସଂଯୋଜକ ଆସଲମ୍‌ ଖାନ୍‌ ଓ ରାୟଗଡ ନଗର କଂଗ୍ରେସ ସଭାପତି ଶଙ୍କରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

fifteen + four =