ସହାୟତା ଅପକ୍ଷାରେ ସୁବାସିନୀ

0 96

ଦଶପଲ୍ଲା :ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଆଦିବାସୀ ବହୁଳ କୁଜାମେଣ୍‌ଢି ଗ୍ରାମ ପଞ୍ଚାୟତ, ରୁପାଝିରି ଗାଁର ଜନୈକା ଦଳିତ ମହିଳା ସୁବାସିନି ନାୟକ(୫୦) ଆଜକୁ ପ୍ରାୟ ୭ ମାସ ଧରି ଏକ ଅଟୋ ଦୁର୍ଘଟଣା ରେ ନିଜର ଡାହାଣ ଗୋଡ଼ ଗୁରୁତର ଭାବରେ ଆଘାତ ପ୍ରାପ୍ତ ହୋଇଥିବା ବେଳେ ଅର୍ଥଅଭାବରୁ ଉପଯୁକ୍ତ ଚିକିତ୍ସା ରୁ ବଞ୍ଚିତ ହୋଇଛନ୍ତି । ସୁବାସିନୀଙ୍କ ପରିବାର ଏକ ଦଳିତ ଓ ଗରିବ ଦିନମଜୁରିଆ ପରିବାରର ହୋଇଥିବାରୁ ଅର୍ଥାଭାବ ସୁବସିନୀଙ୍କ ଚିକିତ୍ସାରେ ବାଧକ ସାଜିଛି ।
ପ୍ରାପ୍ତ ସୂଚନା ଅନୁସାରେ ଆଜକୁ ସାତମାସ ତଳେ ତାଙ୍କ ନିଜ ଗ୍ରାମ ନିକଟରେ ଏକ ଅଟୋ ଦୁର୍ଘଟଣାରେ ତାଙ୍କ ଡାହାଣ ଗୋଡ଼ଟି ଆଣ୍ଠୁତଳୁ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ସେ ପ୍ରଥମେ ଦଶପଲ୍ଲା ଡାକ୍ତରଖାନାକୁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରୀତ କରାଯାଇଥିଲା । ସେଠାରେ ଚିକିତ୍ସା ବେଳେ ଅର୍ଥାଭାବ ଯୋଗୁଁ ଚିକିତ୍ସା ଅଧାରେ ରହିଯାଇଥିଲା । ମହାମାରୀ କରୋନା ଜନିତ କଟକଣା ଯୋଗୁଁ ଅସ୍ଥିଶଲ୍ୟ ବିଭାଗ ଡାକ୍ତର ତାଙ୍କୁ ଘରକୁ ପଠାଇଦେଇଥିଲେ ।
କରୋନା ପ୍ରକୋପ କମିଲା ପରେ ସେ ପୁନଶ୍ଚ ଚିକିତ୍ସା ଆରମ୍ଭ ନିମନ୍ତେ କଟକ ବଡ଼ ଡ଼ାକ୍ତରଖାନା ଯିବା ଜରୁରୀ ହୋଇ ପଡ଼ୁଥିବା ବେଳେ ଆବଶ୍ୟକୀୟ ଖର୍ଚ୍ଚ ପାଇଁ ସମସ୍ତଙ୍କୁ ହାତ ପାତୁଛନ୍ତି । ନିରାଶ୍ରୟ ସୁବାସିନି ବାଣୀଗୋଛାର ପ୍ରଖ୍ୟାତ ଶୈବ ପୀଠ ବାବା ଯୋଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ପ୍ରସାଦ ସେବନ କାର୍ଯକ୍ରମ ବେଳେ କିଛି ସହୃଦୟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ତାଙ୍କ ଦୂରବସ୍ଥା ପଚାରି ବୁଝିଥିଲେ । ସୈଭାଗ୍ୟ ବଶତଃ ସେ ଅଂଚଳ ର ଜଣାଶୁଣା ଧର୍ମ ପରାୟଣ, ବଦାନ୍ୟବ୍ୟକ୍ତି, ତଥା ସମାଜସେବୀ ଶ୍ରୀହରି ନାଏକ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ । ଜରୁରୀ ଚିକିତ୍ସା ନିମନ୍ତେ ୫୦୦୦ ଟଙ୍କା ଓ ତାଂକ ଉପରେ ନିର୍ଭରଶୀଳ ୩ ଶିଶୁ ପୁତ୍ର ତଥା ସ୍କୁଲ୍‌ ଛାତ୍ର ନିମନ୍ତେ ଚାଉଳ ୧ ବସ୍ତା ପ୍ରଦାନ କରିଥିଲେ । ସୁବାସିନି ସମ୍ପୁର୍ଣ୍ଣ ସୁସ୍ଥ ହେବା ନିମନ୍ତେ ଶ୍ରୀହରି ନାଏକ ସମସ୍ତ ଆର୍ଥିକ ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ସେ ବାବା ଯୋଗେଶ୍ୱରଙ୍କ ଅପାରକରୁଣାରୁ ଶ୍ରୀହରୀ ନାଏକଙ୍କ ସହଯୋଗ ନିମନ୍ତେ ଅଂଚଳବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

10 + nineteen =