ମଶାଣିର ବନ୍ଧୁପାଲଟିଛନ୍ତି ନିଆରା ମଣିଷ ପଦ୍ମନାଭ

0 128

ସାଲେପୁର,୨୩/୮: ସାଧାରଣତଃ ମଶାଣିକୁ ଯିବାକୁ ମନରେ ଟିକେ ଭୟ ଆସିଥାଏ ମାତ୍ର ଏମିତିବି ଲୋକ ଅଛନ୍ତି ଯିଏ ମଶାଣି କୁ ପୁଣ୍ୟଭୂମି ଭାବି ଅବସର ସମୟରେ ସେଠାରେ ସମୟ କାଟିଥାନ୍ତି ଅଉ ଶବଟିଏ ଆସିଲେ ଲାଗି ପଡ଼ନ୍ତି ଦାହକରିବା ପାଇଁ । ପରିଚିତ ହୁଅନ୍ତୁ ବା ଅପରିଚିତ ସମସ୍ତଙ୍କ ପାଇଁ ସେଯେମିତି ଦେବଦୂତ । କିଏ କୁହନ୍ତି ମଶାଣି ବନ୍ଧୁ, ଆଉ କିଏ କହେ ହରିଶ୍ଚନ୍ଦ୍ର । ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ସାଲେପୁର ବ୍ଲକ୍‌ ପିକୋଳ ପଞ୍ଚାୟତ ସାଇଗୋଡା ଗ୍ରାମର ପଦ୍ମନାଭ ସାହୁ । ସ୍ଥାନଟି ହେଉଛି ସାଇଗୋଡା ଗ୍ରାମର ଗାଁ ଶ୍ମସାନ । ସଫାସୁତୁରା ସହ ଫୁଲ ବଗିଚା ଆଉ ଏହି ଶବ ଦାହ ଘରଟିକୁ ମଧ୍ୟ ଟିକେ ନଜର ପକାଇଲେ ଏହି ଘରଟି ମଧ୍ୟ ସେଇଭଳି ରହିଛି ତା ପ୍ରବେଶ ପଥରେ ଦୀପଟିଏ ମଧ୍ୟ ଜଳୁଛି । ଆଜକୁ ତିରିଶ ବର୍ଷ ଧରି ଏହି ଶ୍ମଶାନକୁ ସାଥୀ ଭାବି ଏହି ଠାରେ ସମୟ କାଟନ୍ତି ପଦ୍ମନାଭ । ରାଜମିସ୍ତ୍ରୀ ଭାବେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରିଥାନ୍ତି । କର୍ମମୟ ଜୀବନ ପରେ ମଶାଣିରେ ତାଙ୍କର ଅବଶିଷ୍ଟ ସମୟ କଟିବା ସହ ଶବଦାହରେ ସମସ୍ତଙ୍କୁ ସହଯୋଗ କରିଥାନ୍ତି ।

hiring

ଏପରିକି ନିଜେ ଗଛରୁ କାଠହାଣି ଶବ ଦାହ ପାଇଁ ସାହାଯ୍ୟକାରୀ ସାଜିଥାନ୍ତି । ପଚାରିଲେ କୁହନ୍ତି ୧୯ ୯୨ ମସିହାରେ ନିଜର ଜଣେ ଅନ୍ତରଙ୍ଗ ସାଙ୍ଗ ପ୍ରତାପ କୁମାର ସିଂ ଙ୍କ ଅକାଳ ବିୟୋଗ ପରେ ତାଙ୍କରି ସ୍ମୁତିରେ ସେ ଏହି ମଶାଣିକୁ ସାଥୀ କରିଛନ୍ତି । ଏହିସ୍ଥାନରେ ପୂର୍ବପୁରୁଷମାନେ ଅବସ୍ଥାନ କରିଥାନ୍ତି । ଏହାକୁ ପୁଣ୍ୟଭୂମି ବୋଲି ଭାବି ନେଇଛନ୍ତି କୁହନ୍ତି ଏମିତି କି ଅଧିକାଂଶ ସମୟରେ ଏହିଠାରେ ଖାଇ ଶୋଇପଡ଼ନ୍ତି । ଏହି ସ୍ଥାନର ପରିବେଶକୁ ସର୍ବଦା ସୁନ୍ଦର ରଖିଥିବା କଥା କୁହନ୍ତି ବାଟରେ ଯାଉଥିବା ବ୍ୟକ୍ତିମାନେ । ପଦ୍ମନାଭ ଆଜି ପର୍ଯ୍ୟନ୍ତ ହଜାରେରୁ ଉଦ୍ଧ୍ୱର୍ ଶବ ଦାହ କରିଥିବାବେଳେ କରୋନାର ଘଡିସନ୍ଧି ମୁହୂର୍ତ୍ତରେ ବାପର ଶବକୁ ଯେତେବେଳେ ପୁଅ ଛୁଇଁବାକୁ ଭୟ କରୁଥିଲା, ସେତେବେଳେ ବିନା ସଂକୋଚରେ ଶବ ଦାହ କରିଥିଲେ । ଏଥିସହ ଶବ ଦାହ ଘରକୁ ସଜାଇବା ସହ ଚତୁପାର୍ଶ୍ୱ ବଗିଚା ସୃଷ୍ଟି କରିଛନ୍ତି । ରାତି ପାହିଲେ ଲୋକେ ମନ୍ଦିରକୁ ଯାଉଥିବା ବେଳେ ପଦ୍ମନାଭ କିନ୍ତୁ ମଶାଣିକୁ ମନ୍ଦିର ବୋଲି କୁହନ୍ତି ସ୍ଥାନୀୟ ଲୋକେ ତାଙ୍କର ଏଭଳି ଚିନ୍ତାଧାରା ଓ କାର୍ଯ୍ୟଶୈଳୀକୁ ନେଇ ସାଧାରଣରେ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

14 + fifteen =