କଳାମାଟି ଆଦର୍ଶ ବିଦ୍ୟାଳୟରେ ସମ୍ବଲପୁରୀଦିନ ସମାରୋହ

0 17

ଚିପିଲିମା : ସମଳପୁରୀ ନାଚ ଗୀତରେ ଝୁମିଲେ ଛାତ୍ରୀଛାତ୍ର I ସମ୍ବଲପୁରୀ କବି ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅବସରରେ ସମ୍ବଲପୁର ଜିଲ୍ଲାର ଧନକୌଡା ବ୍ଲକ କଳାମାଟି ଆଦର୍ଶ ବିଦ୍ୟାଳୟରେ ମହାସମାରୋହ ମଧ୍ୟରେ ସମ୍ବଲପୁରୀ ଦିନ ପାଳିତ ହୋଇଯାଇଛି l ଅନୁଷ୍ଠାନର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମେ ସତ୍ୟନାରାୟଣ ବହିଦାରଙ୍କ ଫୋଟୋ ଚିତ୍ରରେ ଦୀପପ୍ରଜ୍ବଳନ ସହ ମାଲ୍ୟାର୍ପଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଏହି ଅବସରରେ ବିଦ୍ୟାଳୟର ସାହିତ୍ୟ ଶିକ୍ଷୟତ୍ରୀ ଆଲୋକିନି ଆଚାର୍ଯ୍ୟ ବହିଦାରଙ୍କ ଜୀବନୀ ଆଧାରିତ କବିତା ପାଠ କରିଥିଲେ l ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅତି ସୁନ୍ଦର ସମ୍ବଲପୁରୀ ନାଚ, ଗୀତ, ଦଳ ଗତ ନୃତ୍ୟ, ବକୃତା ଆଦି ପ୍ରଦର୍ଶନ କରିଥିଲେ l ସମ୍ବଲପୁରୀ ପିଠା, କାକରା, ମଡ଼ା, ଖିରି, ପୁରୀ, ପୋଡ଼ପିଠା, ଥଣ୍ଡା ପାନୀୟ ଜଳ, ଆଳୁମୁଡି ଭଳି ଶତାଧିକ ଷ୍ଟଲ ଛାତ୍ରଛାତ୍ରୀମାନେ ପ୍ରଦର୍ଶନ କରିଥିଲେ l କଳାମାଟି ସରପଞ୍ଚ ଡ଼ଃ ସୁଷମା ସାହୁ ଆସି ସମସ୍ତ ଷ୍ଟଲ ବୁଲି ପିଠାମଡ଼ା ଆଦି କିଣି ପିଲାମାନଙ୍କୁ ଉତ୍ସାହିତ କରିଥିଲେ l ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଗଣିତ ଶିକ୍ଷକ ପ୍ରଭାତ ପଣ୍ଡା ଯୋଗଦାନ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ l ସମସ୍ତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଆଲୋକିନି ଆଚାର୍ଯ୍ୟ ସଂଯୋଜନା କରିଥିବାବେଳେ, ଶେଷରେ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରକାଶ ଥାଉକି ସମ୍ବଲପୁରୀ ବାଦ୍ୟର ତାଳେ ତାଳେ ଛାତ୍ରଛାତ୍ରୀ ବିଭୋର ହୋଇ ପଡ଼ିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ଅଭିଵାବକ ପ୍ରମୁଖ ସହଯୋଗ କରିଥିଲେ I

hiranchal ad1
Leave A Reply

Your email address will not be published.

fifteen − ten =