ସଞ୍ଜୟ ସିଂହ ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ

0 115

ଭୁବନେଶ୍ୱର:ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ୧୯୯୭ ବ୍ୟାଚ୍ ଆଇଏଏସ୍ ସଞ୍ଜୟ କୁମାର ସିଂହ । ଏହି ମୂଳ ଦାୟିତ୍ୱ ସହ ବିଡିଏ ଉପାଧ୍ୟକ୍ଷ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ସିଏମଡି ଭାବେ ସେ ପୂର୍ବଭଳି ଅତିରିକ୍ତ ଦାୟିତ୍ୱରେ ରହିବେ ।

ଗତବର୍ଷ ମେ’ ମାସରେ ଭୁବନେଶ୍ୱର ମହାନଗର ନିଗମ କମିସନର ଭାବେ ନିଯୁକ୍ତି ପାଇବା ପୂର୍ବରୁ ସେ ସୂଚନା ଓ ଲୋକସମ୍ପର୍କ ବିଭାଗର କମିସନର-ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ । ଗତକାଲି ରାଜ୍ୟ ସରକାର ତାଙ୍କୁ ବିଏମସି କମିସନର ପଦରୁ ହଟାଇ ତାଙ୍କ ଜାଗାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ନିଯୁକ୍ତି ଦେଇଛନ୍ତି ।

hiring

ଗତକାଲି ୧୧ ଜିଲ୍ଲାପାଳଙ୍କୁ ମିଶାଇ ୨୪ ଆଇଏଏସ୍ ଅଧିକାରୀଙ୍କ ବଦଳି ତାଲିକା ପ୍ରକାଶ ପାଇଥିଲା । ସେଥିରେ ବିଦାୟୀ ବିଏମସି କମିସନର ସଞ୍ଜୟ ସିଂହ ଏବଂ ବିଦାୟୀ ଔଷଧ ନିଗମ ଏମଡି ଶ୍ରୀମତୀ ଯାମିନୀ ଷଡ଼ଙ୍ଗୀଙ୍କ ନୂଆ ନିଯୁକ୍ତି ସ୍ଥାନ ପାଇ ନ ଥିଲା ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହି ଦୁଇଜଣଙ୍କର ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୦୮ ବ୍ୟାଚ୍ ଆଇଏଏସ୍  ଯାମିନୀ ଷଡ଼ଙ୍ଗୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ପଦରେ ଅବସ୍ଥାପିତ କରାଯାଇଛି । ଅତିରିକ୍ତ ସଚିବ ପାହ୍ୟାରେ ସେ କାର୍ଯ୍ୟ କରିବେ ।

hiranchal ad1
Leave A Reply

Your email address will not be published.

nine − 7 =