ଦହ୍ୟା ଏସବିଆଇ ଏଟିଏମରେ ଅବ୍ୟବସ୍ଥା

0 580

ବୌଦ୍ଧ: ବୌଦ୍ଧବ୍ଲକ ଦହ୍ୟା ଗ୍ରାମରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଟିଏମ୍କୁ ଟଙ୍କା କାଢିବାକୁ ଯାଇ ଗ୍ରାହକମାନେ ହୀନସ୍ତା ହେଉଥିବାର ଅଭିଯୋଗ ହେଉଛି । ଏଟିଏମ ମେସିନ ସହ ସଂଯୁକ୍ତ ହୋଇଥିବା ବ୍ୟାଟେରୀ କାମ କରୁନଥିବାରୁ ଟଙ୍କା ଉଠାଣବେଳେ କରେଣ୍ଟ ଚାଲିଗଲେ କରେଣ୍ଟ ଆସିବାକୁ ଯେତେ ସମୟ ଲାଗିବ ଗ୍ରାହକଙ୍କୁ ସେତେ ସମୟ ଅପେକ୍ଷା କରିବାକୁ ପଡୁଛି । ଟଙ୍କା ଉଠାଣ ପ୍ରୋସେସିଂ ଚାଲିଥିବାବେଳେ ହଠାତ୍ କରେଣ୍ଟ ଚାଲିଯାଉଥିବାରୁ ଗ୍ରାହକ ଏଟିଏମ କାଉଣ୍ଟରକୁ କରେଣ୍ଟ ଆସିବାଯାଏଁ ଜଗି ରହିବାକୁ ବାଧ୍ୟ ହେଉଛନ୍ତି । ୧୦/୧୫ ମିନିଟ୍ ଠାରୁ ଆରମ୍ଭକରି ଘଣ୍ଟେ ଦୁଇଘଣ୍ଟା ଯାଏଁ ମଧ୍ୟ ଏଟିଏମକୁ ଗ୍ରାହକମାନେ ଜଗି ରହୁଥିବା ଅଭିଯୋଗ ହେଉଛି ।
ଏ ଅଭିଯୋଗକୁ ଶାଖା ପରିଚାଳକ ସ୍ୱୀକାର କରିବାସହ ବ୍ୟାଟେରୀ ଲଗାଇବା ପାଇଁ ଯେଉଁ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା ସେ ସଂସ୍ଥା ଠିକ୍ ବ୍ୟାଟେରୀ ଲଗାଇନଥିବାରୁ ଏଭଳି ଅସୁବିଧା ହେଉଥିବା ପ୍ରକାଶ କରିଛନ୍ତି । ତୁରନ୍ତ ନୂତନ ବ୍ୟାଟେରୀ ଲଗାଯିବା ପାଇଁ ପଦକ୍ଷେପ ନେଉଥିବା ଶାଖା ପରିଚାଳକ କହିଛନ୍ତି ।

hiranchal ad1
Leave A Reply

Your email address will not be published.

7 − seven =