୩ ନୂଆ ସହିତ ସମ୍ବଲପୁର ଜିଲ୍ଲାର କରୋନା ପଜିଟିଭ ସଂଖ୍ୟା ୧୪ ହେଲା

0 192

ସମ୍ବଲପୁର : ଆଜି ତିନୋଟି ନୂଆ କରୋନା ପଜିଟିଭ ଚିହ୍ନଟ ହେଲା ପରେ ସମ୍ବଲପୁର ଜିଲ୍ଲା ରେ ମୋଟ ସଂଖ୍ୟା ୧୪ ହେଲା । ଏମାନଙ୍କ ମଧ୍ୟରୁ ୫ଜଣ ସୁସ୍ଥ ହୋଇ ଘରକୁ ଫେରି ଗଲେଣି ଓ ବର୍ତ୍ତମାନ ହସ୍ପିଟାଲରେ ୮ଜଣଙ୍କ ଚିକିତ୍ସା ଚାଲିଛି । ଏମାନଙ୍କ ବିଷୟରେ ଜିଲ୍ଲା ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ପ୍ରଥମ ଜଣକ ୨୯ବର୍ଷୀୟ ଯୁବକ ଓ ସେ ଗତ ୧୭ ତାରିଖ ଆନ୍ଧ୍ରପ୍ରଦେଶ ରୁ ଆସିଥିଲେ । ସେହିପରି ସେଦିନ ଆଉଜଣେ ୨୨ବର୍ଷୀୟ ଯୁବକ ମହାରାଷ୍ଟ୍ର ରୁ ଆସିଥିଲେ । ଉକ୍ତ ଦୁହି ଜଣଙ୍କୁ ସ୍ଥାନୀୟ ବାମରା ବ୍ଲକ ଅନ୍ତର୍ଗତ ପିଣ୍ଡାପଥର ହାଇସ୍କୁଲ କ୍ବାରେଣ୍ଟାଇନ କେନ୍ଦ୍ର ରେ ରଖାଯାଇ ଥିଲା । ସେମାନଙ୍କ ଦେହରେ କରୋନାର କିଛି ଲକ୍ଷଣ ମଧ୍ୟ ଦେଖାଯାଇ ନଥିଲା, କିନ୍ତୁ ସ୍ବାବ ପରୀକ୍ଷାରୁ ସେ ଦୁହେଁ ପଜିଟିଭ ଚିହ୍ନଟ ହେଲେ । ସେହିପରି ତୃତୀୟ ଜଣକ ୨୩ବର୍ଷୀୟା ଯୁବତୀ ଓ ସେ ଗତ ୨୨ତାରିଖ ରେ ହାଇଦ୍ରାବାଦ ରୁ ଆସି ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ହୋମ ଆଇସୋଲେଶନରେ ଥିଲେ । ତାଙ୍କ ଦେହରେ ମଧ୍ୟ କରୋନା ର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା କିନ୍ତୁ ସ୍ବାବ ପରୀକ୍ଷା ରେ ପଜିଟିଭ ବାହାରି ଥିଲା । ଉକ୍ତ ତିନିଜଣ ଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ କୋଭିଡ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି ଓ ସେମାନେ ଇତିମଧ୍ୟରେ କାହା କାହା ସହିତ ମିଶିଛନ୍ତି ତାଙ୍କର ସମ୍ପର୍କ ସୂଚୀ ପ୍ରସ୍ତୁତ କରାଯାଉଛି ।

hiranchal ad1
Leave A Reply

Your email address will not be published.

5 + five =