ସମ୍ବଲପୁର ଜିଲ୍ଲାରୁ ପୁଣି ୭୮ ଜଣ ନୂଆ ପଜିଟିଭ ଚିହ୍ନଟ

0 101

ସମ୍ବଲପୁର :ଆଜି ୭୮ ଜଣ ନୂଆ ପଜିଟିଭ ଚିହ୍ନଟ ପରେ ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ମୋଟ ସଂଖ୍ୟା ୧୭୫୫ ହୋଇଛି । ଏମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଓ ୧୦୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ସକ୍ରିୟ ୭୦୩ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଗତକାଲି ସମ୍ବଲପୁର କୋଭିଡ ହସ୍ପିଟାଲରେ ୩ ଜଣଙ୍କ ମୃତ୍ୟୁ ହୋଇଛି, କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷିତ ମୃତ୍ୟୁ ସଂଖ୍ୟା ରେ ଏମାନଙ୍କୁ ସାମିଲ କରାଯାଇନାହିଁ । ଏବିଷୟରେ ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ମୃତ ତିନିଜଣଙ୍କ ମଧ୍ୟରୁ ଜଣେ ୫୮ ବର୍ଷୀୟ ବ୍ୟାଙ୍କ ଅଧିକାରୀ ରହିଥିବା କୁହାଯାଇଛି । ବାକି ଦୁଇଜଣ ଙ୍କ ମଧ୍ୟରୁ ଜଣେ ଛତିଶଗଡ଼ରୁ ଆସିଥିବା ୫୪ ବର୍ଷୀୟ ପୁରୁଷ ଓ ବରଗଡ଼ ରୁ ଆଉଜଣେ ୭୫ ବର୍ଷୀୟା ବୃଦ୍ଧା ରହିଥିବା ଜଣାପଡିଛି । ଏହି ଦୁଇ ଜଣ ଙ୍କୁ ଭିମସାରରେ ଭର୍ତ୍ତି କରାଯାଇଥିଲା ଓ ସେମାନେ ସେଠାରେ ପଜିଟିଭ ଚିହ୍ନଟ ହେଲାପରେ ତାଙ୍କୁ ସେଠାରୁ ସମ୍ବଲପୁର କୋଭିଡ ହସ୍ପିଟାଲରେ ଆଣି ଚିକିତ୍ସା ପାଇଁ ରଖାଯାଇଥିଲା ଓ ସେଠାରେ ମୃତ୍ୟୁ ଘଟିଲା । କିନ୍ତୁ କେଜାଣି କାହିଁକି ସରକାରୀ ଭାବେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଘୋଷିତ ମୃତସୂଚିରେ ସେମାନଙ୍କୁ ସାମିଲ କରାଯାଇନାହିଁ ଓ ଆଜି ମଧ୍ୟ ଜିଲ୍ଲାରେ କରୋନା ମୃତକଙ୍କ ସଂଖ୍ୟା ପୂର୍ବପରି ୮ ହିଁ ଘୋଷଣା କରାଯାଇଛି ।

hiranchal ad1
Leave A Reply

Your email address will not be published.

twenty − eighteen =