ସମ୍ବଲପୁରରେ ଆଜି ପୁଣି ୧୦୪ ନୂଆ ପଜିଟିଭ ଚିହ୍ନଟ

0 125

ସମ୍ବଲପୁର,୨୪/୮- ସମ୍ବଲପୁର ଜିଲ୍ଲାରେ ଆଜି ପୁଣି ନୂଆ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୧୦୪ ରହିଛି ବୋଲି ଜିଲ୍ଲା ପ୍ରଶାସନିକ ସୂତ୍ରରୁ ପ୍ରକାଶ । ଏହାସହିତ ସମ୍ବଲପୁର ଜିଲ୍ଲାରେ ଗତ ତିନି ଦିନ ହେଲା ନିରନ୍ତର ଶତାଧିକ ନୂଆ ପଜିଟିଭ ଚିହ୍ନଟ ହେବାରୁ ଜିଲ୍ଲା ପ୍ରଶାସନ ସହିତ ସଚେତନ ନାଗରିକଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଗତ ପ୍ରାୟ ୧୧ ଦିନର ବ୍ୟବଧାନ ପରେ ଶନିବାର ଦିନ ୧୪୫, ଗତକାଲି ରବିବାର ଦିନ ୧୦୪ ଓ ଆଜି ପୁଣି ୧୦୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହିତ ସମ୍ବଲପୁର ଜିଲ୍ଲାରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ଙ୍କ ମୋଟସଂଖ୍ୟା ୨୧୦୮ ହୋଇଛି ଓ ଏମାନଙ୍କ ମଧ୍ୟରୁ ୯ ଜଣ ମୃତ ଓ ୧୨୫୮ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୯୪୧ ଜଣଙ୍କ ଚିକିତ୍ସା କୋଭିଡ ହସ୍ପିଟାଲରେ ଚାଲିଛି । ଗତ କିଛି ଦିନ ହେଲା ଏଠାରେ ସମ୍ବଲପୁର ମହାନଗର ଅଞ୍ଚଳ ରେ ପଜିଟିଭ ଚିହ୍ନଟ ଙ୍କ ସପ୍ସଖ୍‌ଯା ନିରନ୍ତର ବୃଦ୍ଧି ପାଇଛି, ଯାହାକି ସବୁଠାରୁ ଅଧିକ ଚିନ୍ତାର ବିଷୟ ହୋଇଛି । ସ୍ଥିତି ଏପରି ସାପ୍ସଘାତିକ ଆଡ଼ କୁ ଗତି କରୁଥିବା ସତ୍ତ୍‌ବେ ଜନସାଧାରଣ ଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ଆଶାନୁସାରେ ସଚେତନତା ସୃଷ୍ଟି ହୋଇ ପାରୁ ନାହିଁ । ଆଜି ମଧ୍ୟ ରାସ୍ତାଘାଟ ରେ ଦେଖାଯାଉଥିବା ଜନଗହଳି ସ୍ପଷ୍ଟ ସଙ୍କେତ କରୁଛି ଯେ ପ୍ରତ୍ୟେକ ସାହି ଓ ପଡ଼ାରେ କରୋନା ପଜିଟିଭ ଚିହ୍ନଟ ହେଉଥିଲେ ମଧ୍ୟ ଲୋକେ ବିଚଳିତ ନୁହନ୍ତି । ଯାହା ଅନୁମାନ କରାଯାଉଛି ଯେ କରୋନା ଆକ୍ରାନ୍ତଙ୍କ ନିରନ୍ତର ବୃଦ୍ଧି ସତ୍ତେ୍ୱ ସେମାନଙ୍କ ମଧ୍ୟରୁ ସେପରି ସଂଖ୍ୟକ ପ୍ରାଣହାନି ହେଉ ନ ଥିବାରୁ, ଏହାକୁ ନେଇ ଲୋକ ଭୟଭୀତ ହେଉ ନାହାନ୍ତି ।

hiranchal ad1
Leave A Reply

Your email address will not be published.

eight + 18 =