ସମ୍ବଲପୁରରେ ଆଜି ୮୦ ଜଣ ନୂଆ ପଜିଟିଭ ଚିହ୍ନଟ

0 101

ସମ୍ବଲପୁର,୪/୯- ପ୍ରଶାସନ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୮୦ ଜଣ ନୂଆ ପଜିଟିଭ ଚିହ୍ନଟ କରାଯାଇଛି । ବର୍ତ୍ତମାନ ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୩୨ ହୋଇଛି, ଏମାନଙ୍କ ମଧ୍ୟରୁ ୧୫ଜଣଙ୍କ ମୃତ୍ୟୁ ଓ ୨୩୦୭ ଜଣ ସୁସ୍ଥହୋଇ ଘରକୁ ଫେରି ଯିବା ପରେ ବାକି ୮୧୦ ଜଣଙ୍କ ଚିକିତ୍ସା କୋଭିଡ ହସ୍ପିଟାଲରେ କରାଯାଉଛି । ଗତକାଲିର ବଡ ଖବର ହେଲା ଯେ ଡା ସଜନ କୁମାର ପନସାରୀଙ୍କ କୋଭିଡରେ ମୃତ୍ୟୁ ହୋଇଗଲା, ଯିଏକି ଆଇଏମଏ ର ସାଧାରଣ ସମ୍ପାଦକ ଏଠାକାର ଜଣେ ସାମାଜିକ ଓ ଲୋକପ୍ରିୟ ଚିକିତ୍ସକ ରୂପେ ପରିଚିତ ଥିଲେ । ତାଙ୍କ ପରି ଅନେକ ପରିଚିତ ବ୍ୟକ୍ତିମାନଙ୍କ ଏଠାରେ କରୋନା ଯୋଗୁଁ ମୃତ୍ୟୁ ହୋଇଛି, କିନ୍ତୁ ପ୍ରଶାସନ ପକ୍ଷରୁ ଜାରି କରୋନା ମୃତ୍ୟୁ ସୂଚୀରେ ସେମାନଙ୍କୁ ସାମିଲ କରାଯାଉନାହିଁ । ମିଡିଆ ଜରିଆରେ ଏହି ବିଷୟରେ ବାରମ୍ବାର ପ୍ରଶ୍ନ ସତ୍ତେ୍ୱ ପ୍ରଶାସନ କାହିଁକି ମୌନ ରହିଛି, ତାହା ବୁଝି ହେଉନାହିଁ । ବର୍ତ୍ତମାନ ରାଜ୍ୟରେ ସବୁଆଡେ କରୋନାକୁ ନେଇ ହାହାକାର ସତ୍ତେ୍ୱ ସମ୍ବଲପୁରରେ ଯଥାସମ୍ଭବ ସ୍ଥିତି ନିୟନ୍ତ୍ରଣରେ ରହିଛି, ଏହାହିଁ ଏକମାତ୍ର ସାନ୍ତ୍ୱନାର ବିଷୟ । ଲକଡାଉନ ୪.୦ ର ଘୋଷଣା ପରେ କଟକଣା ସବୁ ଉଠିଯାଉଛି ଓ ଦୋକାନ ବଜାର ଖୋଲିବା ଆରମ୍ଭ ହୋଇଯାଇଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଗତକାଲି ଠାରୁ ଏଠାକାର ସମସ୍ତ ରେଷ୍ଟୁରାଣ୍ଟ ଓ ବାର ଖୋଲାରହୁଛି, ହେଲେ ପୂର୍ବରୁ ଆତଙ୍କିତ ଲୋକେ ହଠାତ ସେଠାକୁ ଯିବାର ସାହସ କରିପାରୁ ନାହାନ୍ତି, ଏଣୁ ସେଗୁଡିକ ଖାଲି ରହୁଛି ।

hiranchal ad1
Leave A Reply

Your email address will not be published.

14 − 13 =