ରେଳ ଧାରଣାର ନିରୀକ୍ଷଣ ଓ ଜରୁରୀ ମରାମତି ପାଇଁ ସମ୍ବଲପୁର ମଣ୍ଡଳଦ୍ୱାରା ରେଳ ବାଇସାଇକଲର ବ୍ୟବହାର

0 157

ସମ୍ବଲପୁର: ରେଳଧାରଣାର ନିରୀକ୍ଷଣ, ଯାଞ୍ଚ ଓ ମରାମତି କରିବା ପାଇଁ ଭାରତୀୟ ରେଳବାଇ ଦ୍ୱାରା ଅଭିନବ ରେଳ ବାଇସାଇକଲ ପରିକଳ୍ପନା କରାଯାଇଅଛି । ରେଳଧାରଣାର ଦୈନିକ ମରାମତି ପାଇଁ ରେଳ କର୍ମଚାରୀମାନଙ୍କୁ କାର୍ଯ୍ୟରେ ସହାୟକ ହେବ । ଏହି ରେଳ ବାଇସାଇକଲ ସମ୍ବଲପୁର ମଣ୍ଡଳର ସମ୍ବଲପୁର, ବଲାଙ୍ଗୀର, ସଇଁତଳା ପିଡବ୍ଲୁଆଇ ୟୁନିଟ୍ ଦ୍ୱାରା ତିଆରି କରାଯାଇଅଛି ।
ଏହି ରେଳ ବାଇସାଇକଲ ଗଠନ ହାଲୁକା ଏବଂ ବହୁତ ଉପଯୋଗୀ ଅଟେ । ଏବଂ ଏହା ରେଳ ଧାରଣା, ପୋଲ ଏବଂ ଏହାର ନିକଟବର୍ତ୍ତୀ ଅଂଚଳ, ବେଙ୍କ ସ୍ପିପର ସ୍ଥାନ, ରେନକଟ୍ ଆଦି ସ୍ଥାନ ପର୍ଯ୍ୟନ୍ତ ଶୀଘ୍ର ପହଞ୍ଚିବ, ଯାହାକି ସଡକ ମାର୍ଗରେ ନିକଟରେ ନୁହେଁ । ଏହି ରେଳ ସାଇକେଲରେ ଦୁଇଜଣ ଯାଇପାରିବେ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଶୀଘ୍ର ଦୂର ସ୍ଥାନକୁ ପହଞ୍ଚିବା ପାଇଁ ମଧ୍ୟ ଉପଯୋଗୀ ହେବ । ଟ୍ରାକ୍ ମେନ୍ ମାନେ ମରାମତି ସ୍ଥାନକୁ ପାଦରେ ଚାଲିଚାଲି ଯିବା ପରିବର୍ତ୍ତେ ଏହି ରେଳବାଇ ବାଇସାଇକଲ ବ୍ୟବହାର ଦ୍ୱାରା ମରାମତି ସ୍ଥାନକୁ ପହଞ୍ଚିବା ପାଇଁ ବହୁମୂଲ୍ୟ ସମୟ ସଂଚୟ ହୋଇଥାଏ । ଟ୍ରେନ ପହଞ୍ଚିବା ପୂର୍ବରୁ ପ୍ରଥମେ ରେଳବାଇ ଟ୍ରାକର ଆକଳନ ଏବଂ ନିରୀକ୍ଷଣ କରିବା ତୀବ୍ର ଉପାୟ ଅଟେ । ବହୁତ ଶସ୍ତା ଏବଂ ଅଳ୍ପ ଖର୍ଚ୍ଚ ହୋଇଥିବା ଦୃଷ୍ଟିରୁ ରେଳସାଇକଲ ସମୟ ସଞ୍ଚୟ କରିବାରେ ତଥା ଟ୍ରାକ୍‌ମେନ୍‌ମାନଙ୍କର ଶାରୀରିକ ପ୍ରୟାସ କମ୍ କରିବାରେ ଫଳପ୍ରଦ ହେବ ।

hiranchal ad1
Leave A Reply

Your email address will not be published.

4 × two =