ନୂଆ ୧୦୪ ଜଣ ପଜିଟିଭ ଚିହ୍ନଟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୪ ହେଲା

0 200

ସମ୍ବଲପୁର,୨୩/୮- ନୂଆ ୧୦୪ ଜଣ ପଜିଟିଭ ଚିହ୍ନଟ ହେବାପରେ ଆଜି ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୪ ହୋଇଛି । ଏହା ସହିତ ସମ୍ବଲପୁର ଜିଲ୍ଲାରେ କରୋନା ୨୦୦୦ ସଂଖ୍ୟା ଅତିକ୍ରମ କରିଛି । ଗତ ଅଗଷ୍ଟ ୧୦ ରେ ଏଠାରେ ୧୬୮ ଜଣ ପଜିଟିଭ ଚିହ୍ନଟ ରେକର୍ଡ ହୋଇ ରହିଯାଇଛି । ଏହାର ଦୀର୍ଘ ୧୧ ଦିନ ବ୍ୟବଧାନ ପରେ ୨୧ ତାରିଖ ଦିନ ପୁଣି ୧୪୫ ଜଣ ପଜିଟିଭ ବାହାରିବାରୁ ଏଠାରେ ଜନସାଧାରଣଙ୍କ ମନରେ ଛନକା ପଶିଗଲା ତଥା ତହିଁ ଆରଦିନ ୨୨ ତାରିଖ ଦିନ ଓ ପୁଣି ଆଜି ୧୦୪ ଜଣ ପଜିଟିଭ ଚିହ୍ନଟ ଚିନ୍ତା ବଢାଇ ଦେଇଥିଲା । ଆଜି ଏଠାକାର ପ୍ରମୁଖ ଗଣପର୍ବ ନୂଆଖାଇ ପାଇଁ ସମଗ୍ର ପଶ୍ଚିମାଞ୍ଚଲ ଉତ୍ସବ ମୁଖରିତ ହୋଇ ରହିଛି । ଏଣୁ ଆଶା କରାଯାଉଥିଲା ଯେ ଏହି ସପ୍ସଖ୍‌ଯାରେ ସାମାନ୍ୟ ହ୍ରାସ ଆସିବ, ଯାହାକି ଭୁଲ୍‌ ପ୍ରମାଣିତ ହୋଇଛି । ଆଜିକାର ସ୍ଥିତି ଅନୁସାରେ ସମ୍ବଲପୁର ମହାନଗର ଅଞ୍ଚଳ ରେ ପ୍ରାୟ ସବୁ ସାହି-ପଡାରେ ପଜିଟିଭ ଚିହ୍ନଟ ହୋଇଛନ୍ତି, ଏଣୁ ଗୋଟିଏ ପଟେ ଲୋକେ ଆତଙ୍କିତ ତ ଅନ୍ୟପଟେ କିଛି ଲୋକେ ସବୁ ପ୍ରକାର ସ୍ଥିତି ସାମ୍ନା କରିବା ପାଇଁ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରି ନେଇଛନ୍ତି । ଏଠାକାର ତାଜା ସ୍ଥିତି ଅନୁସାରେ ମୋଟ ଆକ୍ରାନ୍ତ ୨୦୦୪ ମଧ୍ୟରୁ ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ୧୧୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୯ ଜଣଙ୍କ ମୃତ୍ୟୁ ପରେ ବାକି ସକ୍ରିୟ ୮୦୫ ଜଣ ଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି ।

hiranchal ad1
Leave A Reply

Your email address will not be published.

ten + fifteen =