ଲାଲକିଲା ଅମୃତ ମହୋତ୍ସବରେ ସମ୍ବଲପୁରରୁ ଲୋକଗାୟିକା ପଦ୍ମିନୀ ସାମିଲ

0 182

ସମ୍ବଲପୁର,୧୬/୮- ଦେଶର ୭୫ ତମ ସ୍ୱାଧୀନତା ଦିବସ ” ଆଜାଦିକା ଅମୃତ ମହୋତ୍ସବ’ ପାଳନ ଅବସରରେ ଭାରତ ସରକାରଙ୍କ ସ୍ୱତନ୍ତ୍ର ନିମନ୍ତ୍ରଣ କ୍ରମେ କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ ୧୦ ଜଣ ପ୍ରତିଭାବାନ ବ୍ୟକ୍ତି ଆମ ରାଜ୍ୟ ଓଡ଼ିଶାରୁ ସ୍ୱତନ୍ତ୍ର ଅତିଥି ଭାବେ ଦିଲ୍ଲୀ ଲାଲକିଲା ଠାରେ ସ୍ୱାଧୀନତା ଉତ୍ସବରେ ଯୋଗଦେଇ ଜାତୀୟ ସଙ୍ଗୀତ ଗାନ କରିବା ସହ ଆମ ରାଜ୍ୟର ଗୌରବ ବଢାଇଥିଲେ । ସେମାନଙ୍କ ମଧ୍ୟରେ ସମ୍ବଲପୁରରୁ ଯୁବ ଲୋକଗାୟିକା ଶ୍ରୀମତୀ ପଦ୍ମିନୀ ଦୋରା ସାମିଲ ହୋଇଥିଲେ । ସେ ଜଣେ ପ୍ରତିଷ୍ଠିତ ଲୋକ କଳା ଶିଳ୍ପୀ ତଥା ଓସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର ସମ୍ମାନରେ ବିଭୂଷିତ । ଏହି ଅବସରରେ ଅନ୍ୟରାଜ୍ୟରୁ ଆମନ୍ତ୍ରିତ ଅତିଥିମାନଙ୍କ ସହିତ ସେମାନଙ୍କ ଭାବ ବିନିମୟ ହୋଇଥିଲା ଓ ଶ୍ରୀମତୀ ଦୋରାଙ୍କ ବ୍ୟତୀତ ଅନ୍ୟମାନେ ହେଲେ ପଦ୍ମଶ୍ରୀ ଶ୍ରୀମତୀ ଅରୁଣା ମହାନ୍ତି (ଓଡ଼ିଶୀ ନୃତ୍ୟ ଗୁରୁ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଭାପତି), ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ (ଆନ୍ତଜାର୍ତିକ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ), ଶ୍ରୀ ଅଭିନ୍ନ ରାଉତରାୟ (ପ୍ରତିଷ୍ଠିତ ନାଟ୍ୟ ଅଭିନେତା ଓ ନିର୍ଦ୍ଦେଶକ), ଡ. ଶ୍ରୀମତୀ ଗାୟତ୍ରୀବାଳା ପଣ୍ଡା (ସୁନାମଧନ୍ୟ ସାହିତ୍ୟିକା),ଶ୍ରୀ ରତିକାନ୍ତ ମହାପାତ୍ର (ଓଡ଼ିଶୀ ନୃତ୍ୟ ଗୁରୁ), ଶ୍ରୀମତୀ ମୀରା ଦାସ ( ଓଡ଼ିଶୀ ନୃତ୍ୟ ଗୁରୁ), ଶ୍ରୀମତୀ ସଂଗୀତା ଗୋସାଇଁ (ଗୁରୁ ଓ ଶାସ୍ତ୍ରୀୟ କଣ୍ଠଶିଳ୍ପୀ), ଶ୍ରୀ ବିଜୟ କୁମାର ଜେନା (ଗୁରୁ ଓ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ତଥା ଅଧକ୍ଷ ଓଡ଼ିଶା ସଙ୍ଗୀତ ମହାବିଦ୍ୟାଳୟ) ତଥା ଶ୍ରୀ ଜଗନ୍ନାଥ ପଣ୍ଡା ( ଆନ୍ତଜାର୍ତିକ ଚିତ୍ରଶିଳ୍ପୀ ) । ଏହି ଅବସରରେ ସେମାନଙ୍କୁ ବିଭିନ୍ନ ଜାତୀୟ ସ୍ତରର ଅନୁଷ୍ଠାନ ଓ ସଂଗଠନଙ୍କ ପକ୍ଷରୁ ସମ୍ମାନିତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

sixteen − six =