ସମ୍ବଲପୁରରେ ଭାରତ ବନ୍ଦ୍‌ର ଆଂଶିକ ପ୍ରଭାବ

0 99

ସମ୍ବଲପୁର,୨୭/୯- ଆଜି ସର୍ବଭାରତୀୟ ସ୍ତରରେ ଆହୁତ ଭାରତ ବନ୍ଦ୍‌ର ଏଠାରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟାରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ଆଜିକାର ବନ୍ଦ ଡାକରା ପରିପ୍ରେକ୍ଷୀରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହିଛି, କିନ୍ତୁ ରାସ୍ତା କଡ଼ରେ ପନିପରିବା ବେପାର ଓ ଛୋଟଛୋଟ ଦୋକାନ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ । ବନ୍ଦ ପାଳନ ସତ୍ୱେ ରାଜରାସ୍ତାରେ ଟ୍ରାଫିକ ପ୍ରାୟ ସାମାନ୍ୟ ରହିଛି ବିଶେଷ କରି ଦ୍ୱିଚକୀୟ ବାହନ ଚଳାଚଳ ନିୟମିତ ଭାବରେ ରହିଥିଲା ପରି ଜଣାପଡ଼ୁଥିଲା । ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଂକ୍ଷିପ୍ତ ସଭା ବ୍ୟତୀତ ନଗର ମଧ୍ୟରେ କୌଣସି ସ୍ଥାନରେ ବନ୍ଦ ପାଳନ ସପକ୍ଷରେ ସଭା କିମ୍ବା ସେହି କୌଣସି ପ୍ରକାର ଆୟୋଜନ ଦେଖାଯାଇନଥିଲା । ସ୍ଥାନୀୟ ଜନସାଧାରଣଙ୍କ ସହଯୋଗକ୍ରମେ ସ୍ୱତଃସ୍ଫୁର୍ତ ଭାବେ ବଜାର ବନ୍ଦ ରହିଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ବନ୍ଦ ପାଳନ ସତ୍ୱେ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟ ଛକମାନଙ୍କରେ ପୁଲିସ ମୁତୟନ ମଧ୍ୟ ଆଜି ଦେଖିବାକୁ ମିଳିନଥିଲା । ଏପର୍ଯ୍ୟନ୍ତ କୌଣସିି ସ୍ଥାନରୁ ଅଘଟଣର କିଛି ଖବର ଆସିନଥିବା ପରିପ୍ରେକ୍ଷୀରେ ଆଜିକାର ବନ୍ଦ ପାଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ ହୋଇଛି ବୋଲି କୁହାଯାଇପାରେ ।

hiranchal ad1
Leave A Reply

Your email address will not be published.

19 − seventeen =