ସମ୍ବଲପୁରରେ ଆଜି ୬୩ ଜଣ ନୂଆ ପଜିଟିଭ ଚିହ୍ନଟ: ଦିନକରେ ୩ ଜଣଙ୍କ ମୃତ୍ୟୁ ଓ ୧୪୯ ସୁସ୍ଥ

0 125

ସମ୍ବଲପୁର : ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୬୩ ଜଣ ନୂଆ ପଜିଟିଭ ଚିହ୍ନଟ ହେବା ସହିତ ଓ ୧୪୯ ଜଣ ସୁସ୍ଥ ହୋଇ ଘରକୁ ଫେରି ଆସିଛନ୍ତି । ଏହାସହିତ ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୨୫୯୩ ରେ ପହଞ୍ଚିଛି, ଏମାନଙ୍କ ମଧ୍ୟରୁ ୧୫୬୨ ଜଣ ସୁସ୍ଥ ହୋଇ ଘରକୁ ଫେରି ଆସିଛନ୍ତି ଓ ୧୪ ଜଣଙ୍କ ମୃତ୍ୟୁ ହୋଇଛି ତଥା ବାକି ୧୦୧୭ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଗତ ସାତଦିନ ହେଲା ପ୍ରତିଦିନ ଶତାଧିକ ସଂଖ୍ୟାକ ପଜିଟିଭ ଚିହ୍ନଟ ହୋଇ ଆସୁଥିବା ସମୟରେ ଆଜିକାର ଘୋଷଣା ଜନସାଧାରଣଙ୍କ ମନରେ ସାମାନ୍ୟ ଆସ୍ୱସ୍ତି ଆଣି ଦେଇଛି । କିନ୍ତୁ ଗତକାଲି ତିନି ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ଯାହା ଫଳରେ ଏହି ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୧ରୁ ବଢି ୧୪ ହୋଇଛି । ଏହା ସହିତ ଗତକାଲି ସନ୍ଧ୍ୟାରୁ ଏଠାରେ ବନ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ କିଛି ସମୟ ମିଳିପାରିଛି ବୋଲି କୁହାଯାଉଛି । ତଥାପି ଗତକାଲିର ସ୍ଥିତି କୁ ଆଖି ଆଗରେ ରଖି ଆବଶ୍ୟକ ସାବଧାନତା ଅବଲମ୍ବନ କରିବା ସହିତ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ୧୪ଟି ସ୍ଥାନରେ ନିଷେଧାଜ୍ଞା ଧାରା ୧୪୪ ଜାରି କରା ଯାଇଛି ବୋଲି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

hiranchal ad1
Leave A Reply

Your email address will not be published.

4 × 1 =