ସମ୍ବଲପୁର ଜିଲ୍ଲାରେ ୭୯ ଜଣ ନୂଆ ପଜିଟିଭ ଚିହ୍ନଟ

0 95

ସମ୍ବଲପୁର : ପ୍ରଶାସନିକ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୭୯ ନୂଆ ପଜିଟିଭ ଚିହ୍ନଟ କରାଯାଇଛି ଓ ଏମାନଙ୍କୁ ମିଶାଇ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୩୫୩୯ ହୋଇଛି । ତାଜା ସ୍ଥିତି ଅନୁସାରେ ଏମାନଙ୍କ ମଧ୍ୟରୁ ୧୫ ଜଣ ମୃତ ଓ ୨୬୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୮୩୧ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ସବୁଠାରୁ ଚିନ୍ତାର ବିଷୟ ଯେ ବିଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୯ ଜଣ କରୋନା ରୋଗୀଙ୍କ ମୃତ୍ୟୁ ସତ୍ତ୍ୱେ ଗତ ଚାରିଦିନ ହେଲା ଜିଲ୍ଲାରେ ଏପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ୧୫ ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି, ଯଦିଓ ଜନସାଧାରଣଙ୍କ ମତରେ ଏହା ୬୦ ରୁ ଊର୍ଦ୍ଧ୍ୱ ହେଲାଣି । ଯେତେବେଳେ ସମଗ୍ର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବରେ ବଢିଚାଲିଛି, ସେତେବେଳେ ସମ୍ବଲପୁର ଜିଲ୍ଲାରେ ସ୍ଥିତି ଉଣାଅଧିକେ ନିୟନ୍ତ୍ରଣରେ ରହିଛି ବୋଲି କୁହାଯାଇ ପାରିବ । ଗତ ପ୍ରାୟ ସପ୍ତାହେ ହେଲାଣି ଜିଲ୍ଲାରେ ଦୈନିକ ନୂଆ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୭୦-୮୦ ପାଖାପାଖି ରହିଛି, ଯାହା କୌଣସି ପ୍ରକାରେ କମ ନୁହେଁ । ଆଉ ଏକ ଚିନ୍ତାର ବିଷୟ ଯେ ଏମାନଙ୍କ ମଧ୍ୟରୁ ଅଧିକାଂଶ ସହର ଅଂଚଳରେ ଦେଖିବାକୁ ମିଳୁଛି ଓ ସହରାଂଚଳରେ କୌଣସି କଟକଣା କେହି ମାନୁନାହାନ୍ତି । ଲୋକେ ଯଦି କଟକଣା ମାନି ଘରୁ ବାହରକୁ ଗଲେ ମୁହଁରେ ମାସ୍କ ପିନ୍ଧନ୍ତେ ଓ ସାମାଜିକ ଦୂରତା ନିୟମ ପାଳନ କରନ୍ତେ, ତାହେଲେ ସହରାଞ୍ଚଳ ସ୍ଥିତିରେ ଆହୁରି ସୁଧାର ଆସନ୍ତା, ଯାହାକି ହୋଇପାରୁନାହିଁ ।

hiranchal ad1
Leave A Reply

Your email address will not be published.

17 − 7 =