କରୋନା ପ୍ରକୋପ କମୁନାହିଁ ଆଜି ପୁଣି ୯୧ ଜଣ ପୋଜିଟିଭ ଚିହ୍ନଟ: ବିବାଦ ଘେରରେ ନବନିର୍ମିତ ବୁର୍ଲା କୋଭିଡ ହସ୍ପିଟାଲ ପାଇଁ ଚୟନିତ ସ୍ଥାନ

0 131

ସମ୍ବଲପୁର :କରୋନା ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରଚେଷ୍ଟା ସତ୍ତ୍ୱେ ସମ୍ବଲପୁର ଜିଲ୍ଲାରେ ଏହାର ପ୍ରକୋପ କମିପାରୁ ନାହିଁ । ପ୍ରଶାସନିକ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ୯୧ ଜଣ ନୂଆ ପଜିଟିଭ ଚିହ୍ନଟ ହେଲା ପରେ ଜିଲ୍ଲାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୩୭୩୪ ହୋଇଛି । ଏମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୨୮୫୭ ଜଣ ସୁସ୍ଥହୋଇ ଘରକୁ ଫେରିବା ସହିତ ୧୬ ଜଣଙ୍କ ମୃତ୍ୟୁ ହୋଇଛି ଓ ବାକି ୮୬୧ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ କୋଭିଡ ସ୍ଥିତି ସମୀକ୍ଷା କରିବା ପାଇଁ ଗତ ୫ ସେପ୍ଟେମ୍ବର ଦିନ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସମ୍ବଲପୁର ଗସ୍ତ ରେ ଆସିଥିଲେ । ଏଠାକାର ଦୟନୀୟ ସ୍ଥିତି ଦେଖି ସେ ଘୋଷଣା କରିଥିଲେ ଯେ ସମ୍ବଲପୁରରେ ଆଉ ଏକ କୋଭିଡ ହସ୍ପିଟାଲ ନିର୍ମାଣ କରାଯିବ । ମୋଟ ୧୦୦ଟି ଶଯ୍ୟା ସମ୍ପନ୍ନ ଏହି ହସ୍ପିଟାଲରେ ୧୫ ଟି ଆଇସିୟୁ ଶଯ୍ୟା ମଧ୍ୟ ରହିବ ବୋଲି ସେ ସ୍ପଷ୍ଟ କରିଥିଲେ । ଏଥିପାଇଁ ବୁର୍ଲା ସ୍ଥିତ ଭିମସାରରେ ନବନିର୍ମିତ ନତାଲା ଭବନ ଚୟନ କରାଗଲା ଓ ସେଥିରେ କୋଭିଡ ଚିକିତ୍ସା ପାଇଁ ସୁବିଧା ଖଞ୍ଜା କାମ ଚାଲିଛି । ଇତିମଧ୍ୟରେ ଖବର ନେବାରେ ଜଣା ପଡିଛି ଯେ ଉକ୍ତ ଭବନକୁ ଯିବା ଆସିବା କରିବା ପାଇଁ ପ୍ରଶସ୍ତ ବାଟ ନାହିଁ । କୋଭିଡ ଚିକିତ୍ସା ନିୟମାନୁସାରେ ଏହି ନବନିର୍ମିତ ହସ୍ପିଟାଲକୁ ଯିବା ଆସିବା ପାଇଁ ଅଲଗା ଅଲଗା ୨୪ ଫୁଟ ଲେଖାଏଁ ପ୍ରଶସ୍ତ ବାଟ ରହିବା କଥା, ଯାହାକି ହୋଇ ପାରୁନାହିଁ । ଏହାର ସାମ୍ନା ପଟେ ପୂର୍ବ ନିର୍ମିତ ଭବନ ଯୋଗୁଁ ବାଟ ସଙ୍କୀର୍ଣ୍ଣ ରହିଛି, ପଛ ପଟେ ଯେଉଁ ନୂଆ ବାଟ ଫିଟା ଯାଉଛି, ତାହାର ପ୍ରସ୍ଥ ମଧ୍ୟ ମାତ୍ର ୧୨ ଫୁଟ ରହିଛି । ଏହା ବ୍ୟତୀତ ଉକ୍ତ ଭବନର କୁ ଲାଗି ଗୋଟିଏ ପଟେ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ରହିଛି ତ ଅନ୍ୟପଟେ ସଘନ ଶିଶୁ ଚିକିତ୍ସା କେନ୍ଦ୍ର (ଏସଏନସିୟୁ) ରହିଛି । ଅର୍ଥାତ ସେଠାରେ କୋଭିଡ ଚିକିତ୍ସା ଆରମ୍ଭ କରିବା ମାତ୍ରକେ ଉକ୍ତ ଦୁହି ବିଭାଗ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଛି । ଏପରି ସମୟରେ ମତାମତ ଚାହିଁଲା ବେଳକୁ ଭିମସାର ନିର୍ଦ୍ଦେଶକ ପ୍ରୋ. ଲଲିତ କୁମାର ମେହେର ନିଜେ ସଂକ୍ରମିତ ହୋଇ କ୍ୱାରେଣ୍ଟାଇନରେ ଅଛନ୍ତି ।

hiranchal ad1
Leave A Reply

Your email address will not be published.

20 − 17 =