ସମ୍ବଲପୁରରେ ନୂଆ ୯୧ ଜଣ ପଜିଟିଭ ଚିହ୍ନଟ

0 111

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୫ଦିନ ପର୍ଯ୍ୟନ୍ତ ପ୍ରତିଦିନ ଲଗାୟତ ଶତାଧିକ ରହିବା ପରେ ଗତ ୨୪ଘଣ୍ଟା ମଧ୍ୟରେ ପୁଣି ୯୧ ଜଣ ନୂଆ ଚିହ୍ନଟ କରାଯାଇଛି । ଏମାନଙ୍କୁ ମିଶାଇ ଜିଲ୍ଲା ରେ ଏପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪୪୯ରେ ପହଞ୍ଚିଛି, ଏମାନଙ୍କ ମଧ୍ୟରୁ ୩୩୨୧ଜଣ ସୁସ୍ଥ ହୋଇ ଘରକୁ ଫେରିବା ସହିତ ୨୦ ଜଣ ମୃତ୍ୟୁ ମୁଖରେ ପଡିଲା ପରେ ବାକି ସକ୍ରିୟ ୧୧୦୮ ଜଣଙ୍କ ଚିକିତ୍ସା କୋଭିଡ ହସ୍ପିଟାଲରେ ଚାଲିଛି, ଯାହାକି ପ୍ରଶାସନିକ ସୂତ୍ରରୁ ପ୍ରକାଶ । ଜିଲ୍ଲାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣ ଯୋଗୁଁ ମୃତକଙ୍କ ସଂଖ୍ୟାକୁ ନେଇ ବିବାଦ ଜାରି ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ୩ଜଣଙ୍କ ମୃତ୍ୟୁ ସହିତ ମୃତକ ଙ୍କ ମୋଟ ସଂଖ୍ୟା ୨୦ ରହିଛି, ଯଦିଓ ଅସମର୍ଥିତ ସୂଚନା ଅନୁସାରେ ଏହା ଶତାଧିକ ହୋଇସାରିଛି ଓ କେବଳ ଗତକାଲି ହିଁ ଏମାନଙ୍କ ମଧ୍ୟରୁ ୯ଜଣଙ୍କ ମୃତ୍ୟୁ ହୋଇଛି ବୋଲି କୁହାଯାଉଛି । ଏପରି ମୃତକଙ୍କ ସଂଖ୍ୟା ରେ ନିରନ୍ତର ବୃଦ୍ଧିକୁ ଆଖି ଆଗରେ ରଖି ଅଧିକାଂଶ ଲୋକେ ନିଜ ପରିଜନଙ୍କ ଚିକିତ୍ସା ଜିଲ୍ଲା ବାହାରେ ରାଉରକେଲା, କଟକ ଓ ଭୁବନେଶ୍ୱରରେ କରାଇବା ପାଇଁ ନେଇ ଯାଉଛନ୍ତି, ଯଦିଓ ଏହାଦ୍ୱାରା ସେମାନେ ଖର୍ଚ୍ଚାନ୍ତରେ ପଡୁଛନ୍ତି । ଏହାକୁ ନେଇ ପୁଣି ବିବାଦ ହୋଇଛି । ଗତକାଲି ସକାଳେ ଖବର ଆସି ପହଞ୍ଚିଲା ଯେ କଟକ ଓ ଭୁବନେଶ୍ୱରରେ ବାହର ଲୋକଙ୍କ ଚିକିତ୍ସା ପାଇଁ ବାରଣ କରାଯାଇଛି । ଏହାକୁ ନେଇ ଏଠାରେ ବିରୋଧର ସ୍ୱର ମୁଖରିତ ହୋଇ ଉଠିଲା ଓ ଏପରି ତୁମ୍ଭିତୋଫାନ କୁ ଦେଖି ରାଜ୍ୟ ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଗଲା ଯେ ସେପରି କିଛି ବାରଣ କରାଯାଇନାହିଁ । ସେଠାକୁ ଗୁରୁତର ଅବସ୍ଥାରେ ରୋଗୀଙ୍କୁ ନିଆଯିବା ସମୟରେ ଆମ୍ବୁଲାନ୍ସରେ ଉପଯୁକ୍ତ ସୁବିଧା ଅଭାବ ଯୋଗୁଁ ଅନେକ ରୋଗୀ ବାଟରେ ହିଁ ମୃତ୍ୟୁ ବରଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେରେ ଏଠାରୁ ଚିକିତ୍ସକଙ୍କ ଉପଯୁକ୍ତ ପରାମର୍ଶ ପରେ ଆବଶ୍ୟକ ସୁବିଧା ସମ୍ପନ୍ନ ଆମ୍ବୁଲାନ୍ସ ବ୍ୟବହାର କରିବା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

twelve + sixteen =