ପୁଣି ନୂଆ ୭୭ ଜଣ ପଜିଟିଭ ଚିହ୍ନଟ ସମ୍ବଲପୁର କୋଭିଡ ହସ୍ପିଟାଲକୁ ଜୀବନରକ୍ଷକ ଉପକରଣ ପ୍ରଦାନ

0 105

ସମ୍ବଲପୁର: ବିଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୭୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏହା ସହିତ ସମ୍ବଲପୁର ଜିଲ୍ଲା ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୭୫ ରେ ପହଞ୍ଚିଲା । ଏପର୍ଯ୍ୟନ୍ତ ଏମାନଙ୍କ ମଧ୍ୟରୁ ୨୬୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୫ ଜଣ ମୃତ୍ୟୁ ବରଣ କଲାପରେ ବାକି ୭୫୦ ଜଣଙ୍କ ଚିକିତ୍ସା କୋଭିଡ ହସ୍ପିଟାଲରେ ଚାଲିଛି । ଇତି ମଧ୍ୟରେ ସମ୍ବଲପୁର କୋଭିଡ ହସ୍ପିଟାଲରେ ଜୀବନ ରକ୍ଷକ ଉପକରଣ ଅଭାବ ପରିପ୍ରେକ୍ଷୀରେ ସ୍ଥାନୀୟ ଯୁବନେତା ଓ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଶୈଲେଶ ଦାନୀ ୨ଟି ବିଦେଶୀ ଭେଣ୍ଟିଲେଟର ଓ ୨ ନେବୁଲାଇଜର ଯୋଗାଇ ଦେବାର ଘୋଷଣା କରିଛନ୍ତି । ଗତକାଲି ସନ୍ଧ୍ୟାରେ ଏକ ସମ୍ବାଦିକ ସମ୍ମିଳନୀରେ ସେ ଏହା ଜଣାଇଥିଲେ । ଜିଲ୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି ସଙ୍କଟାପନ୍ନ ରୋଗୀଙ୍କୁ ଏହାଦ୍ୱାରା ଅପେକ୍ଷିତ ଉତ୍ତମ ଚିକିତ୍ସା ଯୋଗାଇ ଦେବାରେ ଏହା ସହାୟକ ହୋଇ ପାରିବ ବୋଲି ସେ ଆଶା କରିଛନ୍ତି । ଆଗାମୀ ଏକ ମାସରେ ସେ ଏହି କୋଭିଡ ହସ୍ପିଟାଲ କୁ ଗୋଟିଏ ଭେଣ୍ଟିଲେଟରଯୁକ୍ତ ଆମ୍ବୁଲାନ୍ସ ଯୋଗାଇ ଦେବେ ବୋଲି କହିଛନ୍ତି । ଆଶା କରାଯାଉଛି ଯେ ଏହା ଦ୍ୱାରା ସମ୍ବଲପୁର କୋଭିଡ ହସ୍ପିଟାଲ ଅବସ୍ଥାରେ କିଛି ଉନ୍ନତି ଆସି ପାରିବ । ବିଗତ ଦୁଇ ଦିନ ପୂର୍ବ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଗସ୍ତ ଓ ଏହି ହସ୍ପିଟାଲ ପରିଦର୍ଶନ ସମୟରେ ଏଠାକାର ଅବ୍‌ଯବସ୍ଥା ଓ ଦୁରାବସ୍ଥା କୁ ନେଇ ବହୁତ ଜନରବ ସହିତ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଲୋକଙ୍କ ଆକ୍ରୋଶ କୁ ଆଖି ଆଗରେ ରଖି ଶାସକ ବିଜଦ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି କୁହା ଯାଉଛି ।

hiranchal ad1
Leave A Reply

Your email address will not be published.

17 + nine =