ସମ୍ବଲପୁରରେ ନୂତନ କୋଭିଡ ବିକାଶ ସିଟି ହସ୍ପିଟାଲ କରାଯିବ : ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ

0 141

ଭୁବନେଶ୍ୱର : ଆଜି ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଜଣେଇଛନ୍ତି ଯେ, ସମ୍ବଲପୁର ଜନସାଧାରଣଙ୍କ ଦାବି ଅନୁଯାୟୀ ସମ୍ବଲପୁରଠାରେ ଏକ ନୂତନ କୋଭିଡ ହସ୍ପିଟାଲ ଆରମ୍ଭ କରାଯିବ, ଏଥିରେ ୮୦ ଏଚ୍‌.ଡି.ୟୁ, ୨୦ ଆଇସିୟୁ ଓ ୧୦ଟି ଭେଣ୍ଟିଲେଟର ଜନସାଧାରଣଙ୍କର ଚିକିତ୍ସା ନିମନ୍ତେ ବ୍ୟବସ୍ଥା ରହିବ ଏବଂ ଏହାର ପରିଚାଳନା ଦାୟିତ୍ୱ ବିକାଶ ସିଟି ହସ୍ପିଟାଲ ନେବ ଏବଂ ଏହା ଏମ୍‌ସିଏଲର ଆର୍ଥିକ ସହାୟତା ଦେବାଏବଂ ତା ସହିତ ସୁନ୍ଦରଗଡ ବସୁନ୍ଧରା ଡିସିଏଚ୍‌ରେ ମଧ୍ୟ ୨୦ ଏଚଡିୟୁ ବେଡ, ୩୦ ଆଇସିୟୁ ବେଡର ନୂତନ ସେଟଅପ ସ୍ଥାପନ କରାଯିବ ଏବଂ ଡିସିଏଚ୍ ତାଳଚେର ଅନୁଗୁଳରେ ୪୦ ଅକ୍ସିଜେନ ବେଡକୁ ୧୦୦ ଅକ୍ସିଜେନ ବେଡରେ ବୃଦ୍ଧି କରାଯିବ ଏବଂ ୧୦ଟି ଆଇସିୟୁ ବେଡକୁ ୩୦ଟି ଆଇସିୟୁ ବେଡକୁ ବୃଦ୍ଧି କରାଯିବ ।
ଆଜି ଏହି ସମସ୍ତ ପ୍ରସ୍ତାବକୁ ମୁଖ୍ୟଣନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅନୁମୋଦନ କରିସାରିଛନ୍ତି, ତେଣୁ ଆଗାମୀ ଦିନରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଆଶା ପ୍ରକଟ କରିଛନ୍ତି ଯେ, ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଆଗାମୀ ଦିନରେ ବହୁତ ଜନସାଧାରଣ କୋଭିଡ ଚିକିତ୍ସାର ସୁବିଧା ପାଇପାରିବ ।

hiranchal ad1
Leave A Reply

Your email address will not be published.

6 − 4 =